ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ

ରାଉରକେଲା କଲେଜରେ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ

ରାଉରକେଲା: ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ ଓ ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଆଞ୍ଜେଲୁସ୍ ଡୁଙ୍ଗଡୁଙ୍ଗ୍ ଯୋଗ ଦେଇଥିଲେ। ଅତିଥିମାନେ ଆଲୋଚ୍ୟ ଦିବସର ମହତ୍ତ୍ବ ସହ ପ୍ରାଚ୍ୟ-ପାଶ୍ଚାତ୍ଯ ଦର୍ଶନ ଶାସ୍ତ୍ରର କ୍ରମ ବିକାଶ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ। ସମ୍ପାଦ କଥନ ରଖିଥିଲେ ବିଭାଗୀୟ ମୁଖ୍ଯା ଭାରତୀ ବରୱା।ଏହି ଅବସରରେ ବିଭିନ୍ନ ବିଭାଗର ଅଧ୍ୟାପିକା-ଅଧ୍ୟାପକ ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ, ଈପ୍ସିତା ପଣ୍ଡା, ପୁନମ୍ ଖଣ୍ଡେଲୱାଲ, ସନ୍ତୋଷ ରଜକ, ସ୍ବାତି ସ୍ମିତା ସାହୁ, ପ୍ରୀତି ଦୀକ୍ଷିତ, କାନ୍ତି କୁମାରୀ, ନନ୍ଦିତା କୁମାରୀ ପ୍ରମୁଖ ଆଲୋଚନା ଚକ୍ରରେ ସହଭାଗୀଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିନାୟକ କର, ଶେଫାଳି ନାୟକ, ଅଞ୍ଜଳି କିଡୋ, ରେଶମୀ ସିଂ, ସଂଜନା ବାର୍ଲା, କ୍ଯାହତିନ୍ କେରକେଟା, ଲିଜା ସାହୁ। ଶେଷରେ ଅଧ୍ୟାପକ ସୁମନ ଡୁଙ୍ଗଡୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଖଣାପାଟ ପିଠିରେ ସେପ୍ଟେମ୍ବର ୨୨/୨୩/୨୪ ରେ ପ୍ରସିଦ୍ଧ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

Sunil Chandra Nayak

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନେହେଲା ଗାଁ ଯେଉଁଠି ବିଜୁଳି ଆଲୁଅ ସାତସପନ, ଗାଁରେ ରାଜୁତ୍ବ କରେ ଅନ୍ଧାର ହିଁ ଅନ୍ଧାର

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି ଭଙ୍ଗା ଦଦରା ଆଜଵେଷ୍ଟସ ଅସୁରକ୍ଷିତ ଘରେ ; ସ୍ଥାୟୀ କାର୍ଯ୍ଯାଳୟ ନିର୍ମାଣ ପାଇଁ ଦାବି କେବେ ?

Sunil Chandra Nayak

Leave a Comment

error: Content is protected !!