ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଲିଆ ଶୈବପୀଠ ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧/୨ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବପୀଠ ରେ ଶିବରାତ୍ରି ପାଳିନ ନେଇ ବୁଧବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯାଇଛି । ଫେବୃଆରୀ ମାସ ୧୮ ତାରିଖରେ ମହାଶିବରାତ୍ରି ଥିବାରୁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁର ଜିଲାର ବିଖ୍ୟାତ ଶୈବପୀଠ କେଲିଆରେ ପ୍ରତିବର୍ଷ ହଜାର ହଜାର ଶୈବ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳେ । ଏବର୍ଷ କରୋନା କଟକଣା ନଥିବା ଯୋଗୁଁ ମନ୍ଦିର କମିଟି ତରଫରୁ ଭକ୍ତଙ୍କ ସୁରକ୍ଷା କୁ ବିଶେଷ ଭାବରେ ଧ୍ୟାନ ଦିଆଯିବ ବୋଲି ମନ୍ଦିର କମିଟିର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ । ଏହା ଖାଲି ଶୈବପୀଠ ନୁହେଁ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳି ମଧ୍ୟ । ଏଠାରେ ଦର୍ଶନ ପାଇଁ ଜିଲା ବାହାରୁ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ ରୁ ମଧ୍ୟ ଭକ୍ତ ଆସନ୍ତି । ଶିବ ମନ୍ଦିର ଠାରୁ ଜଙ୍ଗଲ ମଧ୍ୟ ଦେଇ ୨ କି.ମି ପାଦଚଲା ରାସ୍ତାରେ ଗଲେ ଏକ ପର୍ବତ ଗୁମ୍ଫାରେ ମାଁ ପାର୍ବତୀଙ୍କ ମନ୍ଦିର ଅବସ୍ଥିତ ଯାହାକି କେଲିଆ ମନ୍ଦିରର ଏକ ମୁଖ୍ୟ ଆକର୍ଷଣ ଅଟେ । ଏହା ଏକ ପଞ୍ଜିକୃତ କମିଟି ଦ୍ୱାର ପରିଚାଳିତ । ଏହି ପ୍ରସ୍ତୁତି ବୈଠକରେ ମନ୍ଦିର କମିଟିର ସଭାପତି ସ୍ଥାନୀୟ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ଦେବରାଜ ପାତ୍ର, ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝୀ, ଆଇଆଇସି ସୁନୀଲ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ସତୀଶ କୁମାର ବୈନି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଏଏସଆଇ ଶିଶିର କୁମାର ଘୋଷ, ସୁରେନ୍ଦ୍ର କୁମାର ମିଶ୍ର, ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ସୂର୍ଯ୍ୟ ସୁବୁଦ୍ଧି, ନବୀନ ପାଢୀ, ଭାଗିରଥି ମାଝି, ପଦ୍ମ ମାଝି, ଭଗବାନ ଖୁଣ୍ଟିଆ ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ପାଳିତ 

masiha

ଧରାକୋଟ ଖାରିଗୁମ୍ମା ଘଟଣା ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି ଦଳ 

masiha

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!