ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁଏଲ ଓରାମଙ୍କ ୬୫ ତମ ଜନ୍ମ ଦିବସରେ ଶୁଭେଛା ଓ ଅଭିନନ୍ଦନ ଜଣାଇଲେ ବିଜେପି କର୍ମୀ

ଜୁଏଲ ଓରାମଙ୍କ ୬୫ ତମ ଜନ୍ମ ଦିବସରେ ଶୁଭେଛା ଓ ଅଭିନନ୍ଦନ ଜଣାଇଲେ ବିଜେପି କର୍ମୀ

ରାଉରକେଲା: ଓଡ଼ିଶାର ପ୍ରିୟ ନେତା ତଥା ସୁନ୍ଦରଗଡ ଜିଲ୍ଲା ମାଟିର ପୁଅ, ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଆଜି ୬୫ ତମ ଜନ୍ମ ଦିବସ । ଶ୍ରୀ ଓରାମ ଆଜି ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ବିଜେପିର ନେତୃ ମଣ୍ଡଳୀ ଏବଂ କର୍ମୀମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇବା ସହିତ ଜନ୍ମ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ତାଙ୍କୁ କର୍ମୀମାନେ ବିପୁଳ ସଂଖ୍ୟାରେ ସେକ୍ଟର – ୩ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ସେଠାରୁ ଶ୍ରୀ ଓରାମ ସେକ୍ଟର -୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା କରିଥିଲେ ଏବଂ ସମସ୍ତଙ୍କ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଜିଲ୍ଲା କାର୍ଯ୍ୟାଳୟରେ କର୍ମୀମାନଙ୍କ ଦ୍ଵାରା ଆୟୋଜିତ ଜନ୍ମ ଦିବସ ପାଳନ ଅବସରରେ ସେ ଯୋଗ ଦେଇ କେକ କାଟିଥିଲେ । ବହୁ ସଂଖ୍ୟାରେ ଉପସ୍ଥିତ ନେତୃ ମଣ୍ଡଳୀ ଓ କର୍ମୀମାନେ ଜୁଏଲଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ମାନ୍ୟବର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଜୁଏଲଙ୍କୁ ଫୋନ ଯୋଗେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହାପରେ ଶ୍ରୀ ଓରାମ ରାଉରକେଲା ସରକାରୀ ଡ଼ାକ୍ତରଖାନା ଯାଇ ସେଠାରେ ଚିକିତ୍ସିତ ହୋଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ସେଠାରେ କର୍ମୀଙ୍କ ଦ୍ଵାରା ଆୟୋଜିତ ରକ୍ତ ଦାନ ଶିବିରର ମଧ୍ୟ ଉଦ୍ଘାଟନ ଓ ଶୁଭାରମ୍ଭ କରିଥିଲେ । ଶ୍ରୀ ଓରାମଙ୍କୁ ବହୁ ସଂଗଠନ, ଶୁଭେଚ୍ଛୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ରମେଶ ଅଗ୍ରୱାଲ, ଗଙ୍ଗାଧର ଦାଶ, ମନୋଜ ସେନାପତି, ମନୋଜ ଶତପଥି, ସୁଶାନ୍ତ ମହାପାତ୍ର, ଭରତ ଦତ୍ତ ବିଶ୍ଵକର୍ମା, ଦିଲିପ ପଟ୍ଟନାୟକ, ଶୁଭେନ୍ଦୁ ପଣ୍ଡା, ଭ୍ରମରବର ବେହେରା, ମନୋରଞ୍ଜନ ମୁନି, ମଳୟ ମହାପାତ୍ର, ଅଶୋକ ଲେଙ୍କା, ସୁରେଶ ପ୍ରଧାନ, ରମେଶ ସିଂ, ସନ୍ଦିପ ଅଗ୍ରୱାଲ, ମମତା ମହାନ୍ତି, ରଞ୍ଜିତା କିସପୋଟା, ପ୍ରତିମା ରାଉତ, ଭବାନୀ ମହାପାତ୍ର, ମନୋଜ ଦାସ, କେଦାର ପ୍ରୀୟଦର୍ଶିନି, ସନ୍ତୋଷ ରାଉତ, ସବିତା ସିଂ , ଲକ୍ଷ୍ମୀ ଭୁମିଜ ଆଦି ପ୍ରମୁଖ ରାଜ୍ୟ, ଜିଲ୍ଲା ଏବଂ ମଣ୍ଡଳ ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକ ଦିନ ଏକ ଘଣ୍ଟା କାର୍ଯ୍ୟକ୍ରମ 

masiha

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି

masiha

ଏମ୍ ଏସ୍ ଶେଖରଙ୍କୁ ଜ୍ୟୋତିଷ ମହର୍ଷି ପରାଶର ସମ୍ମାନ

Sunil Chandra Nayak

Leave a Comment

error: Content is protected !!