ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେ.ଏସ.ଡବ୍ଲୁ ଖଣି ଦୁର୍ନୀତି ବେଳର ଦାୟିତ୍ବବାନ ଖଣି ଅଧିକାରୀ ଏବେ କେଉଁଠି ? ଏବେବି ବିପଦ ଟଳିନି ସକାଳୁ/ସନ୍ଧ୍ୟା ଜେ.ଏସ.ଡବ୍ଲୁ ଲୋକ ଖଣି ବିଭାଗରେ ଘୁରିବୁଲନ୍ତି ମାନ ହ୍ରାସ ପାଇଁ କି?

ଜେ.ଏସ.ଡବ୍ଲୁ ଖଣି ଦୁର୍ନୀତି ବେଳର ଦାୟିତ୍ବବାନ ଖଣି ଅଧିକାରୀ ଏବେ କେଉଁଠି ? ଏବେବି ବିପଦ ଟଳିନି ସକାଳୁ/ସନ୍ଧ୍ୟା ଜେ.ଏସ.ଡବ୍ଲୁ ଲୋକ ଖଣି ବିଭାଗରେ ଘୁରିବୁଲନ୍ତି ମାନ ହ୍ରାସ ପାଇଁ କି?

ବଡ଼ବିଲ – ରାଜ୍ୟର କେନ୍ଦୁଝର ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଯୋଡ଼ା ଓ କୋଇଡା ଅଞ୍ଚଳରେ ଭୁଗର୍ଭରେ ଭରପୁର ଉଚ୍ଚ ମାନର ମୂଲ୍ୟବାନ ଖଣି ଖାଦାନ ଭରି ରହିଛି।ତେବେ ଏହି ଉଚ୍ଚ ମାନର ଖଣିଜ ପଦାର୍ଥକୁ ଦେଖି ଗତ ୨୦୨୦ ମସିହା ଠାରୁ ଅଞ୍ଚଳର ଦୁଇ ଗୋଟି ଖଣି ଖାଦାନ ଉପରେ ଭାରତ ବର୍ଷର କେତେକ ଖଣି କମ୍ପାନୀଙ୍କ ଲଲୁପ ଦୃଷ୍ଟି ବଢିବାରେ ଲାଗିଛି।ତେବେ ୨୦୨୦ ନୂତନ ଖଣି ଲିଜ ପାଉ ପାଉ ମାତ୍ର ମାସ କେଇଟାରେ ଆରମ୍ଭ କରି ଦିଅନ୍ତି କେତେକ ଖଣି କମ୍ପାନୀ ଦୁର୍ନୀତି ଠାରୁ ବଡ଼ ମହାଦୁର୍ନୀତି ରୂପରେ କରନ୍ତି।ଯେଉଁ ଦୁର୍ନୀତି ସାମାନ୍ୟ ନହୋଇ,ହୁଏ ଶହ ଶହ କୋଟିର ଉଚ୍ଚ ମାନର ଖଣିଜ ଲୁଟର ମହାଦୁର୍ନୀତି।ତେବେ ଏ ସଂକ୍ରାନ୍ତରେ ଶୁକ୍ରବାରରେ ଖଣି ଅଞ୍ଚଳ ପରିଦର୍ଶନରେ ଆସିଥିବା ପବ୍ଲିକ ଆକାଉଣ୍ଟ କମିଟି ଅନେକ ତଥ୍ୟ ସାର୍ବଜନୀନ କରନ୍ତି ଯେ ରାଜ୍ୟ ସରକାରଙ୍କ ୧୫ ହଜାର କୋଟି ରାଜସ୍ବ ହ୍ରାସ ପାଇବା ସହ ୨୦୨୦ ରେ ଜେ.ଏସ.ଡବ୍ଲୁ ଖଣି କାର୍ଯ୍ୟରେ ଦୁର୍ନୀତି କରି ୨୫୦ କୋଟି ଅନୀତିରେ ହାସଲ କରିଛି।ଏପରି ଜିଲ୍ଲା ଖଣିଜ ପାଣ୍ଠିରେ ମଧ୍ୟ ଢେର ହ୍ରାସ ଘଟିଥିବାର ସୂଚନା ଦିଅନ୍ତି କମିଟିର ଅଧ୍ୟକ୍ଷ ଶ୍ରୀ ମୋହନ ଚରଣ ମାଝୀ।ତେବେ ୨୦୨୦ ନଭେମ୍ବର ୩ରେ ସଂପୃକ୍ତ ଖଣିରୁ ଖଣିଜ ପରିବହନରେ ଅନିୟମିତତା ଖବର ପାଇ ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ ସ୍କାଡ ଚଢ଼ାଉ କରିଥିଲା।ତେବେ ସେ ସମୟରେ ଜଣା ପଡ଼େ ଯେ ଅନୁମୋଦନ ଟ୍ରକ ଯୋଗେ ପରିବହନ ଖଣିଜର ମାନ ଉଚ୍ଚକୋଟୀର ରହିଥିବା ବେଳେ ଖଣିଜ ଗଦାର ( ଷ୍ଟାକ)ମାନ ନିମ୍ନ ମାନର ରହିଥିବାର ଜଣାପଡିଥିଲା।ତେବେ ସେତେବେଳେ ସ୍କାଡ ଚଞ୍ଚକତତା ବିଷୟରେ ଜାଣିବାରୁ ବିଭାଗ ପକ୍ଷରୁ ଜରିମାନା ମଧ୍ୟ ହୁଏ,ତେବେ ସଂପୃକ୍ତ ଖଣିରେ ଖଣି ବିଭାଗର ଦାୟିତ୍ବବାନ ଅଧିକାରୀ କରୁଥିଲେ କଣ ବୋଲି ଏକ ସାଧାରଣରେ ଆଲୋଚନା ତୀବ୍ର ହେବାରେ ଲାଗିଛି।କାରଣ ଗତ କିଛି ବର୍ଷ ତଳେ ଏକ ସାରଦା ଖଣିର ଖଣିଜ ଗଦା(ଷ୍ଟାକ)ସମସ୍ୟା ହୋଇଥିବାରୁ ପ୍ରାୟ ୨୦୧୬/୨୦୧୭ ରେ ଯୋଡ଼ା ଖଣି ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ନିଲମ୍ବିତ ହୋଇଥିଲେ।ହେଲେ ଜେ.ଏସ.ଡବ୍ଲୁ କ୍ଷେତ୍ରରେ ଖଣି ଅଧିକାରୀଙ୍କ ପଦକ୍ଷେପ ଶୁନ କାହିଁକି ନୁହଁ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି।ତେବେ ଏସବୁ ଭିତରେ ୨୦୨୩ରେ ମଧ୍ୟ ସେପରି କୌଣସି ପରିବର୍ତ୍ତନ ଆସି ନାହିଁ, କାରଣ ଆଜିବି ଅଫିସ ଖୋଲିଲେ ମାତ୍ରେ ଜେ.ଏସ.ଡବ୍ଲୁ କମ୍ପାନୀର ଏକାଧିକ ଖଣି ଲୋକ ଯୋଡ଼ା ଖଣି ବିଭାଗରେ ସକାଳୁ ଆରମ୍ଭ କରି ଡେରି ସଂଧ୍ୟା ପର୍ଯ୍ୟନ୍ତ ଟହଲ ମାରୁଥିବାର ଦେଖାଯାଏ।ତେବେ ଦେଖିବାକୁ ଗଲେ ଗତ କିଛି ଦିନ ଧରି ରାଜ୍ୟର ପ୍ରମୁଖ ଏକାଧିକ ଖବର କାଗଜରେ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଯୋଡ଼ା ବିଭାଗର କାର୍ଯ୍ୟଳୟରେ ବହୁ ଖଣି ଲୋକ ଭିତରେ ପସି,ସରକାରୀ ଚୌକୀରେ ବସି , ସରକାରୀ ନଥି ପତ୍ର ତଥା ଗୁରୁତ୍ୱପୂର୍ଣ୍ଣ କମ୍ପୁଏଟର ଖୋଲି ଖଣି କାର୍ଯ୍ୟ କରିବାରେ କେଉଁ ସ୍ବାର୍ଥ ଭରି ରହିଛି?ବିଭାଗର ଦାୟିତ୍ୱରେ ଥିବା ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରନ୍ତିନାହିଁ ଏଯାଏ ବିଭାଗର ନିର୍ଦ୍ଦେଶକ ଶ୍ରୀ ଜି ରାଜେଶ? ଯୋଡ଼ା ବିଭଗୀୟ ଦୋଷୀଙ୍କୁ ଘଣ୍ଟ ଘୋଡ଼lଇ କି ଲାଭ ପାଉ ଥିବେ ନିର୍ଦ୍ଦେଶକଙ୍କୁ ମାଲୂମ ଥିବ।ଏସବୁ ପରବର୍ତ୍ତୀ ସମୟରେ କାଳରେ ପୁଣି ଆଉ ଗୋଟେ ଖଣି ଦୁର୍ନୀତିର କାରନାମା ପଦାକୁ ଆସିବ ଯେ ପୁଣି ହୋଇଗଲା କୋଟି କୋଟିର ଖଣି ଦୁର୍ନୀତି।ପୁଣି ରାଜସ୍ବ କମିବା ସହ ଗରିବଙ୍କ ଜିଲ୍ଲା ଖଣିଜ ପାଣ୍ଠିରେ ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଆହୁରି ଢେର ଗୁଣା ହ୍ରାସ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

Leave a Comment

error: Content is protected !!