ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ତହସିଲରେ ନୂତନ ତହସିଲଦାର 

ବନ୍ଧୁଗାଁ ତହସିଲରେ ନୂତନ ତହସିଲଦାର 

ବନ୍ଧୁଗାଁ ତା ୧/୧୧/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ଭାବେ ଶ୍ରୀମତୀ ସୋନାଲି ପାତ୍ର ତହସିଲଦାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।ଏହା ପୂର୍ବରୁ ସେ ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକର ତହସିଲରେ ତହସିଲଦାର ଭାବେ କର୍ଯ୍ୟକରୁ ଥିଲେ। ସେ ବନ୍ଧୁଗାଁ ତହସିଲରେ ଗତ ଶୁକ୍ରବାର ଦିନ ଜଏନ କରି ଫେରି ଯାଇଥିଲେ। ଆଜି ନିଜ କାର୍ଯ୍ୟରେ ଯୋଗ ଦେବା ପରେ ବନ୍ଧୁଗାଁ ବ୍ଲକର ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ସହଯୋଗରେ ଅନେକ ପ୍ରକାର ଜମୀଜମା ସମସ୍ୟା ଉପରେ କାର୍ଯ୍ୟ କରିବା ସହିତ ସ୍କୁଲ କଲେଜ ପାଠ ପଢା ଛାତ୍ରଛାତ୍ରୀଙ୍କୁ ଜାତି ଗତ ପ୍ରମାଣ ପତ୍ର ଯୋଗାଇ ଦେବାକୁ ଗୁରୁତ୍ଵ ଦେବାକୁ ସେ ଆମ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଛନ୍ତି। ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବା ଯୋଗୁଁ ଆମ ବନ୍ଧୁଗାଁ ବ୍ଲକର ଅନେକ ବୁଦ୍ଧିଜୀବୀ, ରାଜନୈତିକ ନେତା ଓ ଜନସାଧାରଣ ଶ୍ରୀମତୀ ସୋନାଲି ପାତ୍ର ତହସିଲଦାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ପ୍ରସ୍ତାବିତ ଔପଦା ବସଷ୍ଟାଣ୍ଡର ସ୍ଥାନ ନିରୂପଣକୁ ନେଇ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ବିରୋଧ

masiha

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ରକ୍ତଦାନ ଶିବିର

masiha

Leave a Comment

error: Content is protected !!