ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ କ୍ରୀଡା ସମାରୋହ 

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ କ୍ରୀଡା ସମାରୋହ 

ରାଉରକେଲା: ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ଦ୍ବିଦିବସୀୟ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି। ବିଦ୍ୟାମନ୍ଦିରର କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାସ ଙ୍କ ସଭାପତିତ୍ବ,ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଗୁରୁମା ମମତା ସାମଲଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ କ୍ରୀଡାବିତ୍ ସୁଶ୍ରୀ ଅର୍ପିତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ ଓ ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସମ୍ପାଦକ ଶ୍ରୀକାନ୍ତ ଷଡ଼ଙ୍ଗୀ ଯୋଗଦେଇଥିଲେ। ଉଭୟ ଅତିଥି ସେମାନଙ୍କ ବକ୍ତବ୍ୟରେ ଶିକ୍ଷା ସହ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ଓ ନିଜର ଅନ୍ତର୍ନିହିତ କ୍ରୀଡା ମନୋଭାବକୁ ପ୍ରତିଫଳନ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମତ ରଖିଥିଲେ। ସଭାପତି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଶାରିରୀକ ଓ ମାନସିକ ସନ୍ତୁଳନ ରକ୍ଷା କରିବା ପାଇଁ କ୍ରୀଡାର ଅପରିହାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ଶିଶୁ ବର୍ଗ,ବାଲ ବର୍ଗ, କିଶୋର ବର୍ଗରେ ଅରୁଣ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୨ ଟି ପ୍ରତିଯୋଗିତା ଯଥା ୩୦୦୦ ମି ଦୈ।ଡ,୧୫୦୦ମି ଦୈ।ଡ଼,୮୦୦ମି ଦୈ।ଡ଼ଃ, ଉଚ୍ଚ ଡିଆଁ, ଲମ୍ବାଡିଆଁ,ସଟଫୁଟ୍,ଡିସକସ୍,ଜାଭେଲିନ୍,ଟ୍ରିପଲଜମ୍ପ,ଅଙ୍କ ଦୈ।ଡ଼, ସ୍ମରଣ ଶକ୍ତି ଦୈ।ଡ ଇତ୍ୟାଦି ଖେଳରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ଶିଶୁ ଭାଇ ଭଉଣୀ ମାନେ ବିଭିନ୍ନ ଖେଳରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେହିପରି ବିଭିନ୍ନ ଦେବାଦେବୀ ଓ ମହାପୁରୁଷଙ୍କ ବେଶ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାମନ୍ଦିରର ପ୍ରାକ୍ତନ ଚମ୍ପିୟାନ ସୁଶ୍ରୀ ଜ୍ୟୋସ୍ନାରାଣୀ ବାର୍ଲା ସଂକଳ୍ପ ପାଠ କରିଥିଲାବେଳେ ଭଉଣୀ ମାନଙ୍କ ଦ୍ଵାରା ସାମୁହିକ କଣ୍ଠ ସଂଗୀତ ଗାନ କରାଯାଇଥିଲା। ମା ତାରିଣୀ ପୀଠ ରୁ କ୍ରୀଡା ଜ୍ୟୋତି ଅଣାଯାଇ ସ୍ଥାପନ କରାଯାଇଥିଲା। ସେହିପରି ବିଭିନ୍ନ କ୍ରୀଡା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ସହ ପ୍ରଧାନଚାର୍ଯ୍ୟ ଜନ୍ମେଜୟ ସୁଆର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଗୁରୁମା ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା, ସେବକ,ସେବିକା ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

Sunil Chandra Nayak

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ

masiha

Quiz Competition held at 42 Mouza by Kayakalpa.

masiha

Leave a Comment

error: Content is protected !!