ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

ରୁପ୍ରା, ୨୭/୧ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନ୍ତାମଣି ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ତହସିଲଦାର ଶ୍ରୀ ଶଙ୍କର ବାଗ ଯୋଗଦାନ କରି କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ। ମଞ୍ଚ ପରିଚାଳନା ଶ୍ରୀ ଦୁର୍ଗାଚରଣ ନନ୍ଦ କରିଥିବା ବେଳେ କାର୍ଯ୍ୟକ୍ରମ ସମନ୍ୱୟକାରୀ ଭାବରେ ବି. ସି. ରାଓ, ପି. ବି. ମୁରଲି କ୍ରିଷ୍ଣା ଓ ଶିଖା ମେଡମ୍ ରହିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ /ଶିକ୍ଷୟିତ୍ରୀ ଶ୍ରୀ ମାନସ କୁମାର ସେନାପତି, ଶ୍ରୀ ଲଲିତ ଚନ୍ଦ୍ର ମହତୋ,  ଏସ୍ କେ ପଣ୍ଡା , ପି କେ ପଣ୍ଡା , ନବୀନ କର, ଶୁଭଦର୍ଶିନୀ, ଶୁଭସ୍ମୀତା, ଲିପସା, ଏସ ଏସ ମିଞ୍ଜ. , ପୁଷ୍ପଲତା, ମୁରଲୀଧର ସ୍ୱାଇଁ, ହର୍ଷିତା ମାଲବୀୟ, ଏସ ଡି ମୋର୍ୟ. , ଏସ ସୁନା , ବଣ୍ଟି, ଅଶ୍ୱିନୀ, ଗୋଲେଖ ଭୋଇ, ଶୀତଲ, ଗୋପୀନାଥ, କପିଳ, ରଞ୍ଜିତ, ପରେଶ, ଅନୀତା, ବି ପି ପାଢ଼ୀ, ସୀମାଲାଲ୍, ଭୋଳାନାଥ ଓ ସୁମିତ ପ୍ରମୁଖ ସହଯୋଗ କରିଥିଲେ। ଶନିବାର କ୍ରୀଡ଼ା ଉତ୍ସବର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କ୍ରୀଡ଼ା ଉତ୍ସବ ଉଦଯାପିତ ହେବ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଖେଲୋ ଇଣ୍ଡିଆ ବିଚ୍ ଗେମ୍ ରେ ନବରଙ୍ଗପୁର ଜିଲ୍ଲା ଖେଳାଳିଙ୍କ ସଫଳତା

masiha

ଲଡୁଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  କପିଆକୁ ହରାଇ ରାଜପୁର ଚମ୍ପିୟାନ 

masiha

Leave a Comment

error: Content is protected !!