ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ବ୍ଲକ ଦାବି ରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତ ର ପ୍ରତିନିଧି, ଆଗାମୀ ଦିନ ରେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ନେଇ ନିଷ୍ପତ୍ତି

ଆମପାଣି ବ୍ଲକ ଦାବି ରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତ ର ପ୍ରତିନିଧି,

ଆଗାମୀ ଦିନ ରେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ନେଇ ନିଷ୍ପତ୍ତି

ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଥିବା ନେଇ ରାଜସ୍ୱ ମନ୍ତ୍ରୀ ଙ୍କ ଗଣମାଧ୍ୟମ ରେ କହିବା ପରେ ବିଭିନ୍ନ ଜିଲ୍ଲାରେ ବ୍ଲକ ଦାବି ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ କରି ବ୍ଲକ ଦାବି କୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଧାନ ମଣ୍ଡି ରେ ଆମପାଣି କୁ ବ୍ଲକ ଦାବି ନେଇ ୧୦ ଗୋଟି ପଞ୍ଚାୟତ ର ପ୍ରତିନିଧିମାନେ ମେଳି ବାନ୍ଧି ପ୍ରସ୍ତୁତି ବୈଠକରେ କୋକସରା ବ୍ଲକ ରୁ ଆମପାଣି ପଞ୍ଚାୟତ ସଦର ମହକୁମା କୁ ଏକ ନୂତନ ବ୍ଲକ ଘୋଷଣା ଦାବି ରେ ଅଞ୍ଚଳବାସୀ ଦାବି କରିଛନ୍ତି। ଆମପାଣି ବ୍ଲକ ପାଇଁ କୋକସରା ର ଆମପାଣି, ବଡ଼ ପୋଡ଼ାଗୁଡା,ଡୁଡୁକାଠେଙ୍ଗା, ମହିମା, ବରାଡ଼ଙ୍ଗା,କାଉଡୋଳା, ଗୋତମୁଣ୍ଡା, ସାନ ପୋଡ଼ାଗୁଡା, ଜୟପାଟଣା ବ୍ଲକ ର ବଡ଼ ପୁଝାରି ଗୁଡା ଓ ଉଛୁଲା ୧୦ ପଞ୍ଚାୟତ କୁ ନେଇ ନୂତନ ଆମପାଣି ବ୍ଲକ ଦାବି କରାଯାଇଛି। ଅନୁଷ୍ଠିତ ବୈଠକ ରେ ଯୁବ ଆଦିବାସୀ ନେତା ଋତୁରାଜ ମାଝୀ ଙ୍କ ସଭାପତିତ୍ୱ ରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ,ବଡ଼ ପୋଡ଼ାଗୁଡା ଯମୁନା ନାଏକ,ବରାଡ଼ଙ୍ଗା ସରପଞ୍ଚ ନିରୂପମା ସେଠି,ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ,କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ଆଇନଜୀବୀ ମନୋଜ ନାଏକ, ବିଭିନ୍ନ ପଞ୍ଚାୟତ ର ସଚେତନ ନାଗରିକ ବନମାଳୀ ବାଗ,ଚକ୍ରଧର ନାଏକ ,ଅର୍ଜୁନ ଅଗ୍ରୱାଲ, ଖଗେଶ୍ୱର ପାଣିଗ୍ରାହୀ, ବିରେନ୍ଦ୍ର କନ୍ଧ, ଧନୁ ଦୁର୍ଗା, ପ୍ରଦୀପ ସାହୁ, ପୂର୍ବତନ ସରପଞ୍ଚ ଆମପାଣି ଟିକିଚନ୍ଦ୍ର ଧ.ମାଝୀ, ଧନୁ ଦୁର୍ଗା, ସୁଧୀର ପୁଝାରି,ଧର୍ମାନନ୍ଦ ନାଏକ,ବୈଷ୍ଣବ ମାଝୀ, ପୂର୍ବତନ ସରପଞ୍ଚ ମହିମା କ୍ଷେତୁରାମ ପାତ୍ର, ଧାନଫୁଲ ମାଝୀ, କୁମୁଦ ଚନ୍ଦ୍ର ପୁଝାରି, ହରିଶ୍ଚନ୍ଦ୍ର ନାଏକ, ତୁଲାରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ବ୍ଲକ ଦାବି ନେଇ ଉପ ଜିଲ୍ଲାପାଳ, ଜିଲ୍ଲାପାଳ ଓ ଭୁବନେଶ୍ୱର ବିଧାନସଭା ରେ ମଧ୍ୟ ବ୍ଲକ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦାବିପତ୍ର ପ୍ରଦାନ କରାଯିବା ସହ ବ୍ଲକ ଦାବି କୁ କ୍ରିୟାଶୀଳ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି।କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ବିଘ୍ନେଶ୍ବର ନାଏକ ପରିଚାଳନା କରିଥିଲେ। ଆମପାଣି ବ୍ଲକ ଗଠନ ଦାବି କମିଟି ର ସଦସ୍ୟ ଯୁବକ ସୁରେଶ ସାହୁ, ବିଜୟ ପଣ୍ଡା, ନାଗେଶ୍ୱର ମହାପାତ୍ର, ବିନୋଦ ସିଂ, କେଶବ ବେନୁପାଣି, ଅଜୟ ପଣ୍ଡା, ତାପସ ରାୟ ସମେତ ୧୦ ପଞ୍ଚାୟତ ର ଶତାଧିକ ପ୍ରତିନିଧି ମାନେ ଉପସ୍ଥିତ ରହି ଦାବି କୁ ଯଥାର୍ଥ କହିବା ସହ ନୂତନ ବ୍ଲକ ଗଠନ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଙ୍କ ଆର୍ଥିକ, ସାମାଜିକ, ବ୍ୟବସାୟିକ ଉନ୍ନତି ହେବ ବୋଳି ମତ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଦାନୀ – କିସ୍ ଶିକ୍ଷାନୁଷ୍ଠାନରେ ବାବା ତିଲକା ମାଝୀ ଙ୍କ ୨୭୩ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ରାଜ୍ୟ ସ୍ତରୀୟ ନାଟକ ଓ ଲୋକ କଳା ମହୋତ୍ସବ ଉଷତ୍ ଉଦଘାଟିତ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ଠାରେ ସାମାଜିକ ଗଣମାଧ୍ୟମ ମଞ୍ଚ ରେ ନିଜର ସୁରକ୍ଷା ଏବଂ ସାଇବର ଆଇନ ଉପରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!