ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଠ ପଢାରେ ବାଧକ ସାଜିଛି ଛାତରୁ ଗଳୁଛି ବର୍ଷା ପାଣି

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଜଟାବାଲ ପଞ୍ଚାୟତ ଅଧୀନରେ ଥିବା ମହରାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ର ଅବସ୍ଥା ଅତୀବ ଶୋଚନୀୟ ହୋଇପଡ଼ିଛି l ଲଗାଣ ବର୍ଷାରେ ସବୁ ଶ୍ରେଣୀଗୃହ ଛାତରୁ ବର୍ଷା ପାଣି ଗଳୁଛି, ଫଳରେ ଛାତ୍ରଛାତ୍ରୀମାନେ ବସି ପାରୁ ନ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସ୍ରୁଷ୍ଟି ହେଉଛି l ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ କରନ୍ତି l ଉକ୍ତ ବିଦ୍ୟାଳୟ ପରିସରରେ ୨ ଗୋଟି କୋଠା ଘର ରହିଥିବା ବେଳେ ୨ ଗୋଟି ଆଜବେଷ୍ଟସ୍ ଘର ରହିଛି l କୋଠା ଘର ଛାତରୁ ବର୍ଷା ହେଲେ ଅନବରତ ପାଣି ଗଳୁଛି l ଯଦ୍ୱାରା ଛାତ ତଳେ ବସି ବିଦ୍ୟା ଅଧ୍ୟୟନ କରିବା ସମ୍ଭବପର ହେଉ ନାହିଁ l ପ୍ରାୟ ଦଶ ବର୍ଷ ତଳେ ଉକ୍ତ ବିଦ୍ୟାଳୟ ର କୋଠା ଗୃହ କାମ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ପାରି ନାହିଁ l ବର୍ତ୍ତମାନ ଯେଉଁ କୋଠାରେ ପାଠ ପଢା ହେଉଛି, ସେହି କୋଠା ନିମ୍ନମାନର ହୋଇଥିବା ଯୋଗୁଁ ଛାତ ତଳ ରଡ୍ ଦେଖା ଯାଉ ଥିବାବେଳେ ଛାତରୁ ବର୍ଷା ପାଣି ଗଳୁଛି l ଯାହାକି କୋଠା ଟି ନିମ୍ନ ମାନର ହୋଇଥିବା ଅଭିଭାବକ ଏବଂ ଗ୍ରାମବାସୀ ଦୁଃଖର ସହିତ ଅଭିଯୋଗ କରିଛନ୍ତି l ଏହାର ତୁରନ୍ତ ମରାମତି ନ ହେଲେ ଆଗାମୀ ଦିନରେ ଛାତ ଗଳି ପଡିବାର ସମ୍ଭାବନା ଅଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି l କେତେବେଳେ ଯେ ଅକାଳରେ ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଜୀବନ ଯିବ କିଏ କହି ପାରିବ?ଛାତ ମରାମତି ପ୍ରଶାସନ କେବେ କରିବ ତାହା ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି ଭଙ୍ଗା ଦଦରା ଆଜଵେଷ୍ଟସ ଅସୁରକ୍ଷିତ ଘରେ ; ସ୍ଥାୟୀ କାର୍ଯ୍ଯାଳୟ ନିର୍ମାଣ ପାଇଁ ଦାବି କେବେ ?

Sunil Chandra Nayak

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଲୋକଗୀତ ପ୍ରତିଯୋଗିତା 

masiha

ସୁରକ୍ଷିତ ହେବ ବସ୍ ସେବା,ଖୋଲିବ ଜରୁରୀ ଗେଟ୍ ରହିବ ଅଗ୍ନି ନିର୍ବାପକଯନ୍ତ୍ର 

Sunil Chandra Nayak

Leave a Comment

error: Content is protected !!