ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଠ ପଢାରେ ବାଧକ ସାଜିଛି ଛାତରୁ ଗଳୁଛି ବର୍ଷା ପାଣି

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଜଟାବାଲ ପଞ୍ଚାୟତ ଅଧୀନରେ ଥିବା ମହରାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ର ଅବସ୍ଥା ଅତୀବ ଶୋଚନୀୟ ହୋଇପଡ଼ିଛି l ଲଗାଣ ବର୍ଷାରେ ସବୁ ଶ୍ରେଣୀଗୃହ ଛାତରୁ ବର୍ଷା ପାଣି ଗଳୁଛି, ଫଳରେ ଛାତ୍ରଛାତ୍ରୀମାନେ ବସି ପାରୁ ନ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସ୍ରୁଷ୍ଟି ହେଉଛି l ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ କରନ୍ତି l ଉକ୍ତ ବିଦ୍ୟାଳୟ ପରିସରରେ ୨ ଗୋଟି କୋଠା ଘର ରହିଥିବା ବେଳେ ୨ ଗୋଟି ଆଜବେଷ୍ଟସ୍ ଘର ରହିଛି l କୋଠା ଘର ଛାତରୁ ବର୍ଷା ହେଲେ ଅନବରତ ପାଣି ଗଳୁଛି l ଯଦ୍ୱାରା ଛାତ ତଳେ ବସି ବିଦ୍ୟା ଅଧ୍ୟୟନ କରିବା ସମ୍ଭବପର ହେଉ ନାହିଁ l ପ୍ରାୟ ଦଶ ବର୍ଷ ତଳେ ଉକ୍ତ ବିଦ୍ୟାଳୟ ର କୋଠା ଗୃହ କାମ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ପାରି ନାହିଁ l ବର୍ତ୍ତମାନ ଯେଉଁ କୋଠାରେ ପାଠ ପଢା ହେଉଛି, ସେହି କୋଠା ନିମ୍ନମାନର ହୋଇଥିବା ଯୋଗୁଁ ଛାତ ତଳ ରଡ୍ ଦେଖା ଯାଉ ଥିବାବେଳେ ଛାତରୁ ବର୍ଷା ପାଣି ଗଳୁଛି l ଯାହାକି କୋଠା ଟି ନିମ୍ନ ମାନର ହୋଇଥିବା ଅଭିଭାବକ ଏବଂ ଗ୍ରାମବାସୀ ଦୁଃଖର ସହିତ ଅଭିଯୋଗ କରିଛନ୍ତି l ଏହାର ତୁରନ୍ତ ମରାମତି ନ ହେଲେ ଆଗାମୀ ଦିନରେ ଛାତ ଗଳି ପଡିବାର ସମ୍ଭାବନା ଅଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି l କେତେବେଳେ ଯେ ଅକାଳରେ ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଜୀବନ ଯିବ କିଏ କହି ପାରିବ?ଛାତ ମରାମତି ପ୍ରଶାସନ କେବେ କରିବ ତାହା ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଵହଳଦାର ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀ ଶ୍ୟାମ ଵିରୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

ଓଡ଼ିଆ ଭାଷା ବିକାଶ ମଞ୍ଚର କୋଏଲ ବିଦ୍ଯାପୀଠରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଧନା 

masiha

Leave a Comment

error: Content is protected !!