ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସ କୁ ଧକ୍କା ଦେଲା ତପସ୍ଵିନୀ ଏକ୍ସପ୍ରେସ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାୟଗଡ଼ା, // ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ ରାୟଗଡା ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରେନ ଧକ୍କା ଦେଇଛି। ଓଡ଼ିଶା ମୋ ପରିବାର ଆମ୍ବଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଗାଡି ଯିବାଭଳି ରାସ୍ତା ନଥିବାରୁ ଡ୍ରାଇଭର କଲ୍ୟାଣସିଂପୁର ଯିବାକୁ ତରବର ରେ ସେ ରାସ୍ତାରେ ଯାଇଥିଲା କିନ୍ତୁ ସେହିସମୟରେ ତପସ୍ୱିନୀ ଏକ୍ସପ୍ରେସ ସେହି ଧାରଣା ଦେଇ ଯାଉଥିଲା, ଡ୍ରାଇଭର ଭୟରେ ଗାଡ଼ିରୁ ଓହ୍ଲେଇ ପଡିଥିଲା ହେଲେ ଏଥୁରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି।

ପ୍ରକାଶ ଯେ, ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁର ଠାରୁ ଜଣେ ରୋଗୀକୁ ଧରି ବିଷମକଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଖାଲି ଗାଡି ନେଇ କଲ୍ୟାଣସିଂହପୁର ଫେରିବା ସମୟରେ ଏକ ଫାଟକ ହୀନ ସବ୍ ରାସ୍ତାରେ ଯିବା ପାଇଁ ଆମ୍ବୁଲାନ୍ସ ଉଦ୍ୟମ କରିଥିଲା। ସେହି ରାସ୍ତା ଉପରେ ଥିବା ରେଳ ଧାରଣା ପାର ହୋଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଟ୍ରେନ ଡ୍ରାଇଭର ଚତୁରତା ସହ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା, ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସକୁ ରେଳ ଧାରଣାରୁ ବାହାର କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

masiha

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

masiha

Leave a Comment

error: Content is protected !!