ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

ବାଲେଶ୍ଵର,୦୨/୮/୨୩- ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗତ ୨୦୧୯ ମସିହାରେ ଗଢି ଉଠିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର । ପ୍ରତିଷ୍ଠା ଠାରୁ ସଦାସର୍ବଦା ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ଚେଷ୍ଟା ଜାରି ରଖିଛି । ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପରେ ଗଦ୍ୟ ପ୍ରତିଯୋଗିତାକୁ ଗୁରୁତ୍ୱ ଦେଇ ଆସୁଛି ମୋ ଅନୁଷ୍ଠାନ । ଗଦ୍ୟ ସହିତ ବି ମଝିରେ ମଝିରେ ପଦ୍ଯ ସାହିତ୍ୟକୁ ଅନୁଷ୍ଠାନ ପ୍ରାଧାନ୍ୟ ଦେଇଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୨୩/୭/୨୩ ରିଖରେ ଅନୁଷ୍ଠିତ କବିତା ” ଭିଜାମାଟିର ବାସ୍ନା ” ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ କଟକ ଜିଲ୍ଲାର କବୟିତ୍ରୀ ଗୀତାଞ୍ଜଳି ପୃଷ୍ଟିଙ୍କୁ ପ୍ରଥମ ସ୍ଥାନ ମିଳିଛି । ସେହିପରି ରଶ୍ମିତା ଧଳ, ଚୌଦ୍ୱାର, କଟକଙ୍କୁ ଦ୍ବିତୀୟ ଓ ସବିତା ଶତପଥୀ, କୋରାପୁଟଙ୍କୁ ତୃତୀୟ ସ୍ଥାନ ମିଳିଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବିକବୟିତ୍ରୀ ମାନେ ଅଂଶ ଗ୍ରହଣ କରି ସନ୍ତୋଷ ଲାଭ କରିଥିଲେ । ସେମାନଙ୍କ ମଧ୍ୟରେ (୧) ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ (୨) ମଲ୍ଲିକା ସିଂହ, ଖୋର୍ଦ୍ଧା (୩) ଲବଦାନ ନାଏକ, ଛାତ୍ର, ଜୟପୁର, କୋରାପୁଟ (୪) ଦେବରାଜ୍ ରଣା, ଚାଉଳଡିଆ, ବଲାଙ୍ଗୀର (୫) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୬) ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳ (୭) ଗୀତାଞ୍ଜଳି ପୃଷ୍ଟି, କଟକ(୮) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୯) ସନ୍ଧ୍ୟାରାଣୀ ପାଣିଗ୍ରାହୀ, ମାର୍କୋଣା, ବାଲେଶ୍ଵର (୧୦) ଗୀତାଞ୍ଜଳି ଭୂୟାଁ, ସାଲେପୁର, କଟକ (୧୧) ସୁଚିତ୍ରା ନାୟକ, ଭୁବନେଶ୍ୱର, ଖୋର୍ଦ୍ଧା (୧୨) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୩) ସବିତା ଶତପଥୀ, କୋରାପୁଟ (୧୪) ମହମ୍ମଦ ମନସୁର ଅଲ୍ଲୀ, ଇବ୍ରିସିଂହ, ଜଗତସିଂହପୁର (୧୫) ରଶ୍ମିତା ଧଳ, ଚୌଦ୍ୱାର, କଟକ (୧୬) ପ୍ରେମଲତା ଗିରି, କେନ୍ଦ୍ରାପଡା (୧୭) ପ୍ରମୋଦିନୀ ପଣ୍ଡା, ନୂଆପଡା (୧୮) ରଶ୍ମିମୟୀ ପତି, ଭୁବନେଶ୍ୱର, ଖୋର୍ଦ୍ଧା (୧୯) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା (୨୦) ତୁଷାରକାନ୍ତ ପ୍ରସାଦ, ବରୀ, ଯାଜପୁର (୨୧) ଅନସୂୟା ଦେବତା, ଅତାଵିରା, ବରଗଡ (୨୨) ନଳିନୀ ଦାଶ, ଭିକାରିପଡା, ନୟାଗଡ଼ (୨୩) ସସ୍ମିତା ପ୍ରଧାନ, ରାଜନଗର, କେନ୍ଦ୍ରାପଡା (୨୪) ଜୟନ୍ତି ପତି, ବଂବୁରୀ, କଟକ (୨୫) ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର (୨୬) ସୁଜାତାରାଣୀ ଶତପଥୀ, ଦିଗପହଣ୍ଡି, ଗଞ୍ଜାମ (୨୭) ମନୋରମା ମହାନ୍ତି, ପାରାଦୀପ, ଜଗତସିଂହପୁର (୨୮) ମମତା ବେହୁରା, କଟକ (୨୯) ସ୍ନେହ ମିଶ୍ର, କଟକ (୩୦) ଛବିରାଣୀ ପତି, ମଧ୍ୟଶାସନ, ଜଗତସିଂହପୁର (୩୧) ରୁବିଲତା ଦାସ, କକାଁପଡା, ଭଦ୍ରକ (୩୨) ଦ୍ରୌପଦୀ ମହାପାତ୍ର, ତିଖିରି, କେନ୍ଦ୍ରାପଡା (୩୩) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା (୩୪) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା ପ୍ରମୁଖ । ସମସ୍ତ କବିତା ଗୁଡିକୁ ଟିକିନିଖି ଭାବେ ସମୀକ୍ଷା କରିଥିଲେ ଯାଜପୁର ଜିଲ୍ଲାର କବୟିତ୍ରୀ ସରସ୍ୱତୀ ପଣ୍ଡା । ଶ୍ରୀମତୀ ପଣ୍ଡାଙ୍କ ସମୀକ୍ଷା ବେଶ୍ ଚମକ୍ରାର । ତାଙ୍କ ସମୀକ୍ଷାରେ ପାତରଅନ୍ତର ନଥାଏ । ସର୍ବଦା ନିରପେକ୍ଷ ସମୀକ୍ଷା କରିଥାନ୍ତି । ଗଦ୍ୟ ସାହିତ୍ୟର ଉନ୍ନତି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହୋଇଥିବା ବେଳେ କବିତା ପ୍ରତିଯୋଗିତା ଅନୁଷ୍ଠାନର ଇଚ୍ଛାଧିନ ଅଟେ । କବିକବୟିତ୍ରୀ ମାନଙ୍କ ଖୁସି ଆନନ୍ଦ ପାଇଁ ମଝିରେ ମଝିରେ କବିତା ପ୍ରତିଯୋଗିତା ହୋଇଥାଏ । ସମସ୍ତ ଅଂଶ ଗ୍ରହଣକାରୀ ଓ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ହୃଦୟଭାରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ପ୍ରଭୁ ଜଗନ୍ନାଥ ସମସ୍ତଙ୍କ କଲମ ମୁନରେ ଶକ୍ତି ଦିଅନ୍ତୁ, ସାହିତ୍ୟର ଉନ୍ନତି ପାଇଁ ଆପଣ ମାନଙ୍କ ଉଦ୍ୟମ ଆକାଶର ଉଜ୍ଜ୍ୱଳ ଧ୍ରୁବତାର ଭଳି ଆଲୋକିତ ହେଉ ଓ ସାହିତ୍ୟ ଜୀବନ ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର । ଜୟ ଜଗନ୍ନାଥ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କ ସମୂହ ଛୁଟି 

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

Leave a Comment

error: Content is protected !!