ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ: ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ମଡ଼ର୍ଣ୍ଣ କଲେଜରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ଗୁଣ୍ଡିଚା ସମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନ ଜ୍ଞାନର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ, ବରିଷ୍ଠ ଆଇନଜୀବି ଧିରେନ୍ଦ୍ରନାଥ ପାତ୍ର ଓ ମିହିର ରଞ୍ଜନ ପଟ୍ଟଯୋଶୀ, ରିଟେନର ସଂଯୁକ୍ତା ପଣ୍ଡା ସହ ଆକାଶ କଲେଜର ଅଧିଷ୍ଠାତା ପ୍ରଶାନ୍ତ କୁମାର ଯୋଶୀ ମଞ୍ଚାସୀନ ଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ବିଷୟରେ ସ୍ପଷ୍ଟ ଧାରଣା ଦିଆଯାଇଥିଲା। ଏଫଆଇଆର, ବେଲ, ସମନ ଓ ୱାରେଣ୍ଟ ଭଳି ଆଇନୀ ପ୍ରକ୍ରିୟା ସମ୍ପର୍କରେ ସହଜ ଭାବରେ ବ୍ୟାଖ୍ୟା କରାଯାଇଥିଲା। ସେହିପରି ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ବନ୍ୟଜନ୍ତୁ ସଂଘର୍ଷରେ ପୀଡିତ ବ୍ୟକ୍ତିମାନଙ୍କ ପାଇଁ ୨୦୨୫ ମସିହାରେ ଅଭିନୀତ ଯୋଜନା ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା।ସଭାକୁ ରିଟେନର ଶ୍ରୀମତୀ ପଣ୍ଡା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପଲ୍ଲୀର ପୁଅ ଦିଲ୍ଲୀରେ ସମ୍ମାନିତ

Sunil Chandra Nayak

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

Sunil Chandra Nayak

ଜୁନାଗଡ଼ ମହୋତ୍ସବ ରେ ସାମିଲ ହେଲେ ପଞ୍ଚାୟତ ପ୍ରତିନିଧି

masiha

Leave a Comment

error: Content is protected !!