ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ- ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ   

ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ- ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ               

ରାଉରକେଲା/ ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳୀ ଯୋଗ ପରିବାର ଆନୁକୁଲ୍ୟରେ “ବେଦ ପ୍ରବଚନ” ରାଉରକେଲା ସେକ୍ଟର -୨୦ କମ୍ୟୁନିଟ ସେଣ୍ଟର ପ୍ରାଙ୍ଗଣରେ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମହାମନ୍ତ୍ରୀ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମକୁ ବୈଦିକ ରୀତି ଅନୁଯାୟୀ ଦୀପ ପ୍ରଜ୍ବଳନ କରି ପ୍ରବଚନ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ। ସେ ତାଙ୍କ ପ୍ରବଚନରେ ବେଦ ଆଦିଗ୍ରନ୍ଥ ବୋଲି ବର୍ଣ୍ଣନା କରିବା ସହିତ ଏହା ବିଶ୍ଵର ପ୍ରତିଷ୍ଠା ପାଇ ଉଦ୍ଦିଷ୍ଠ ବୋଲି କହିଥିଲେ । ଦର୍ଶନ, ଧର୍ମ, ଅଧ୍ୟାତ୍ମ ଶାସ୍ତ୍ର, ନୀତି ଏବଂ ଆଚାର ଶାସ୍ତ୍ର, ଲୌକିକ ଜ୍ଞାନ- ବିଜ୍ଞାନ ମାନବର ହିତ ପାଇଁ ଏଭଳି କିଛି ଜ୍ଞାନ କି ଶାଖା ନାହିଁ ଯାହା ବେଦରେ ଚର୍ଚ୍ଚା ହୋଇ ନାହିଁ । ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର । ବେଦରେ ବର୍ଣ୍ଣିତ ଚାରି ଜାତି ବିଷୟରେ ସେ ବ୍ୟାଖ୍ୟା କରିଥିଲେ । ସମସ୍ତେ ବେଦ ଅଧ୍ୟୟନ କରି ପରମାତ୍ମା ପରମେଶ୍ବରଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ଉପଦେଶ ଦେଇଥିଲେ। ମାନବ ଜୀବନର ଲକ୍ଷ୍ୟ ବିଶ୍ଵ କଲ୍ୟାଣ କରିବା ସହିତ ମୋକ୍ଷ ପ୍ରାପ୍ତି କରିବା । ଏଣୁ ପ୍ରତ୍ୟେକଙ୍କ ଜୀବନ କାଳରେ ବେଦ ଅଧ୍ୟୟନ ଅତ୍ୟନ୍ତ ଆବଶ୍ୟକ। ଜଣେ ଉତ୍ତମ ମନୁଷ୍ୟ ହେବା ପାଇଁ ବେଦକୁ ସ୍ୱାଧ୍ୟାୟ କରି ଜୀବନକୁ ସାକାର କରିବା ପାଇଁ ସର୍ବଦା ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା, ଜିଲ୍ଲା କିଶାନ ପ୍ରଭାରୀ ପୀତବାସ ପ୍ରଧାନ , ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ସୋସିଆଲ ମିଡିଆ ମହିଳା ପ୍ରଭାରୀ ଆରତୀ କରଙ୍କ ସମେତ ଶତାଧିକ ଯୋଗ ଶିକ୍ଷକ, ସାଧକ ସାଧିକା ଉପସ୍ଥିତ ଥିଲେ । ପରିଶେଷରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

masiha

ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ତହସିଲଦାର ଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ନୂତନ ସଡିପିଓ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!