ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ମନ୍ଦିରରେ ପୁରସ୍କାର ବିତରଣ ଉତ୍ସବ ପାଳିତ 

ସରସ୍ବତୀ ଶିଶୁ ମନ୍ଦିରରେ ପୁରସ୍କାର ବିତରଣ ଉତ୍ସବ ପାଳିତ 

ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଉତ୍ସବ ରେ ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା କୋଷାଧକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଙ୍କ ଉପସ୍ଥିତି ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ ତ୍ରିପୁରାକୁମାରୀ ପାତ୍ର ପରିଚାଳନା କରିଥିଲେ | ସୁଚିତ୍ରା କୁମାରୀ ପଣ୍ଡା, ନିହାରିକା ଗୁରୁମା, ସଂଗୀତା ଗୁରୁମା ସ୍ବାଗତ କରିଥିଲେ | ଉକ୍ତ ଉତ୍ସବ କୁ ବେଦାନୁ ସ୍ବାମୀ ପରମ ପୂଜ୍ୟ ସୁଧାନନ୍ଦ ସରସ୍ବତୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଆଜିର ଉତ୍ସବ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ |ତତପରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥୂଲା ହୋମ,ଯଜ୍ଞ ଶେଷରେ ସ୍ବାମୀଜୀ ଶିଶୁ ଭାଇ ଭଉଣୀ ଙ୍କୁ ଚରିତ୍ର ନିର୍ମାଣ ରେ ଅଭିଭାବକ ଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ଶିଶୁ ଅରୁଣ ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ବ ଅର୍ଜନ କରିଥ‌ିବା ଶିଶୁଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପୁରସ୍କାର ବିତରଣରେ ସୁନାଗୁରୁମା, ସଂଗୀତା ଗୁରୁମା ସହଯୋଗ କରିଥିଲେ | ପ୍ରାର୍ଥନା ବିଭାଗ ରେ ଲକ୍ଷ୍ମୀ ଗୁରୁମା ଏବଂ କବିତା ଗୁରୁମା ସହଯୋଗ କରିଥିଲେ | ଏହି ଉତ୍ସବ ରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ | ପରିଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ | କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ରାଇଘର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

masiha

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

ରାଉରକେଲା ୟୁଥ୍ ଫେଷ୍ଟିଭାଲ (ରାଉଫେଷ୍ଟ) ର ବିଭିନ୍ନ ପ୍ରତିଯୋଗିତା ପାଇଁ ଆହ୍ବାନ 

Sunil Chandra Nayak

Leave a Comment

error: Content is protected !!