ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଡୋଳାରେ ବ୍ଲକ ସ୍ତରୀୟ ରାଜମିସ୍ତ୍ରୀ ସଂଘର ବୈଠକ ଅନୁଷ୍ଠିତ 

କାଉଡୋଳାରେ ବ୍ଲକ ସ୍ତରୀୟ ରାଜମିସ୍ତ୍ରୀ ସଂଘର ବୈଠକ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, କାଉଡୋଳା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ୍ ସ୍ତରୀୟ ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋକସରା ବ୍ଲକ ରାଜମିସ୍ତ୍ରୀ ସଂଘର ସଭାପତି ରାଜ କିଶୋର ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ମୁଖ୍ୟ ବକ୍ତା ଭାବରେ ସମାଜସେବୀ ତଥା ସାମ୍ବାଦିକ ରୁପେନ୍ଦ୍ର ସୁନାନୀ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସଭାପତି ଭକ୍ତରାମ ଶବର ପ୍ରମୁଖ ଯୋଗଦାନ କରିଥିଲେ । ବୈଠକ ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ଶ୍ରୀ ଶ୍ରୀ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ପରେ ଉପସ୍ଥିତ ଅତିଥିମାନେ ସମସ୍ତ ରାଜମିସ୍ତ୍ରୀ ସଂଗଠିତ ହୋଇ କାର୍ଯ୍ୟ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିପରି ପାଇ ପାରିବେ ତା ଉପରେ ସମସ୍ତେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ସଂଘ ପାଇଁ ଶ୍ରୀ ଶ୍ରୀ ବିଶ୍ଵକର୍ମାଙ୍କ ଏକ ଫଟୋ ଫ୍ରେମ୍ ତିଆରି କରିଥିବା ନଳ ମଶ୍ରାଙ୍କୁ ମାନପତ୍ର ଏବଂ ମେଡାଲ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।ତତ୍ ସହିତ କାଉଡୋଳା ପଞ୍ଚାୟତ ସ୍ତରୀୟ ରାଜମିସ୍ତ୍ରୀ ସଂଘ ମଧ୍ୟ ଗଠନ କରାଯାଇଥିଲା। ଉକ୍ତ ପଞ୍ଚାୟତ ସ୍ତରୀୟ ରାଜମିସ୍ତ୍ରୀ ସଂଘର ସଭାପତି ଭାବରେ ଭୀଷ୍ମ ନାଏକ, ଉପ ସଭାପତି ଭାବରେ ଅଙ୍ଗଦ ରଣା,ସମ୍ପାଦକ ଭାବରେ ବବୃ ବାହାନ ପାତ୍ର,ସହ ସମ୍ପାଦକ ଭାବରେ ତ୍ରିଭୁବନ ନାଏକ, କୋଷାଧ୍ୟକ୍ଷ ଭାବରେ ତରୁଣ ଧଙ୍ଗଡା ମାଝୀଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇ ଦାୟିତ୍ଵ ଅର୍ପଣ କରି ଶପଥ ପାଠ କରାଯାଇଥିଲା। ଏହି ବ୍ଲକ ସ୍ତରୀୟ ରାଜମିସ୍ତ୍ରୀ ସଂଘର ବୈଠକରେ ବ୍ଲକ୍ ସ୍ତରୀୟ ସଂଘର ସଭାପତି ରାଜ୍ କିଶୋର ସିଂ, ଉପ ସଭାପତି କପୁର ମାଝୀ,ସମ୍ପାଦକ ଅଭିରାମ ଗୋପାଲ, ସହ ସମ୍ପାଦକ ବିଶିକେଶନ ରାଉତ, କୋଷାଧ୍ୟକ୍ଷ ଦେବରାଜ ମାଝିଙ୍କ ସହ ବ୍ଳକର ୨୨ ଟି ପଞ୍ଚାୟତରୁ ଶତାଧିକ ରାଜମିସ୍ତ୍ରୀ ଯୋଗଦାନ କରିଥିଲେ।ଅନୁଷ୍ଠିତ ହୋଇଥିବା ଏହି ବୈଠକକୁ ପର୍ଶୁରାମ ନାଗ ଏବଂ ତୈଳଙ୍କ ରୋତି ପରିଚାଳନା କରିଥିବା ବେଳେ ଧୁପେନ୍ଦ୍ର ତାଣ୍ଡି, ତରୁଣ ଧଙ୍ଗଡାମାଝୀ, ଶ୍ରୀକାନ୍ତ ନାଏକଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କୃଷ୍ଣ ଚନ୍ଦ୍ର ପରାଭୋଏ, ସୁବାସ ନାଗ, ପଦୁନାଭ ରଣା, ନରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମାଉସି ମା ମନ୍ଦିର 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଲାକଡି ପାଲ୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!