ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ସମାଚାର

ଗଛକୁ ଧକ୍କା ଦେଇ କାର ଚୁରମାର୍ ଚାଳକ ଗୁରୁତର

ବସ୍ତା ,୩୦।୪: ସୋମବାର ଅପରାହ୍ନ ସମୟରେ ବସ୍ତା ଥାନା ଅଧୀନସ୍ଥ ଅମର୍ଦ୍ଦାରୋଡ଼ ଫାଣ୍ଡି ସମ୍ମୁଖରେ ଥିବା ଗୋଟିଏ ଆମ୍ବଗଛକୁ ଜଣେ କାର ଡ଼୍ରାଇଭର ଧକ୍କାଦେବାରୁ ଘଟଣା ସ୍ଥଳରେ କାରଟି ଭାଙ୍ଗି ଚୁରମାର୍ ହୋଇଥିବା ବେଳେ ଡ଼୍ରାଇଭର ଜଣକ ଗୁରୁତର ହୋଇଛନ୍ତି।ସୂଚନା ଅନୁସାରେ ଏହି ଥାନା ଅଧୀନସ୍ଥ କୁଳିଦା ପଞ୍ଚାୟତର ରବୀନ୍ଦ୍ର ସାମଲଙ୍କ ପୁଅ ସଞ୍ଜୀବ ଆଜି ଅପରାହ୍ନ ସମୟରେ ନିଜ କାର (ଓଡ଼ି ୦୧ଏଏମ୍ ୯୩୩୮) ଯୋଗେ ଅମର୍ଦ୍ଦାରୋଡ଼ ବଜାର ପଟୁ ବାହାରି ଇନ୍ଦିରାଛକ ଅଭିମୁଖେ ଯିବା ସମୟରେ ନିକଟସ୍ଥ ଫାଣ୍ଡି ସମ୍ମୁଖ ଷ୍ଟିକରିଂ ଦୋକାନ ସାମ୍ନାରେ ଥିବା ଆମ୍ବଗଛକୁ ଧକ୍କା ଦେଇଥିଲେ।ଫଳରେ କାରଟିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର୍ ହୋଇଯାଇଥିବା ବେଳେ ଦୁର୍ଘଟଣାରେ ସଞ୍ଜୀବ ଗୁରୁତର ହୋଇଥିଲେ।ଫାଣ୍ଡି କର୍ମଚାରୀ ଓ ସ୍ଥାନୀୟ ଦୋକାନୀଙ୍କ ସହାୟତାରେ ସଞ୍ଜୀବଙ୍କୁ ୧୦୮ ଆମ୍ବୁଲାନ୍ସରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।ଦୁର୍ଘଟଣାଗ୍ରସ୍ତ କାରଟିକୁ ପୁଲିସ ଫାଣ୍ଡିରେ ରଖାଯାଇଥିବା ବେଳେ ଚାଳକର ବେପାରୁଆ ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାଟି ଘଟିଥିବା ଉପସ୍ଥିତ ଲୋକେ ସୂଚନା ଦେଇଥିଲେ।

=..===========================

ସୁବର୍ଣ୍ଣ ରେଖା ନଦୀରୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

ବସ୍ତା,30/04: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ମଧୁପୁରା ପଂଚାୟତ ଅଧିନସ୍ଥ ମଙ୍ଗଳବାର ଅପରାହ୍ନ ସମୟରେ ସୁବର୍ଣ୍ଣ ରେଖା ନଦୀରୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ଯୁବକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ପଞ୍ଚୁରୁଖୀ ଗ୍ରାମର କାଳୀ ଚରଣ ମଙ୍ଗରାଜ ଆଜି ସକାଳ ସମୟରେ ସୁବର୍ଣ୍ଣରେଖା ନଦୀ କୁ ମାଛ ଧରିବାକୁ ଯାଇଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଯାଇ ଦେଖନ୍ତି ଶ୍ରୀ ମଙ୍ଗରାଜ ପାଣିରେ ଭାସୁଥିବାର l ଫଳରେ ତାଙ୍କୁ ସେଠାରୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବାଲିଆପାଳ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଅଭିଯାନ

Sunil Chandra Nayak

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି ଆରମ୍ଭ

Sunil Chandra Nayak

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!