ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଧୀନତା ଦିବସ ପାଳିଲା ‘ଫିଟନେସ୍ ଟୁଗେଦର’

ସ୍ୱାଧୀନତା ଦିବସ ପାଳିଲା ‘ଫିଟନେସ୍ ଟୁଗେଦର’

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ଫିଟନେସ୍ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସଂଗଠନ ‘ଫିଟନେସ୍ ଟୁଗେଦର’ ପକ୍ଷରୁ ଭୁବନେଶ୍ୱରସ୍ଥିତ ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି।

ଏହି ଅବସରରେ ଜାତୀୟ ସଙ୍ଗୀତ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ଓ ଉଦ୍‌ବୋଧନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ଫିଟନେସ୍ ଟୁଗେଦର’ର ପ୍ରାୟ ୫୦ ଜଣ ସଦସ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ।

ଏହି ଅବସରରେ ‘ଫିଟନେସ୍ ଟୁଗେଦର’ର ପ୍ରତିଷ୍ଠାତା ସୌର୍ଯ୍ୟ ରଞ୍ଜନ ଦାଶ କହିଥିଲେ, “ଆଜି ଆମ ଦେଶ ସମ୍ମୁଖୀନ ହେଉଥିବା ବଡ଼ ଆହ୍ୱାନଗୁଡ଼ିକ ମଧ୍ୟରୁ ସ୍ୱାସ୍ଥ୍ୟ ଅନ୍ୟତମ। ଜଣେ ସୁସ୍ଥ ବ୍ୟକ୍ତି ଦେଶ ପାଇଁ ଏକ ସମ୍ପଦ, ଅନ୍ୟପକ୍ଷରେ ଅସୁସ୍ଥ ବ୍ୟକ୍ତି ଦେଶ ପାଇଁ ଏକ ବୋଝ ହୋଇପାରନ୍ତି। ବ୍ୟକ୍ତି ସହିତ ସମଗ୍ର ସମାଜର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ‘ଫିଟନେସ୍ ଟୁଗେଦର’ ସର୍ବଦା କାର୍ଯ୍ୟ କରିଆସୁଛି।”

ସ୍ୱାଧୀନତା ଦିବସର ଏହି ଆୟୋଜନ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, ଫିଟନେସ୍ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦିଆଯାଇଥିଲା। ଦେଶପ୍ରେମ ଓ ସ୍ୱାସ୍ଥ୍ୟ ସଚେତନତାର ଏହି ମିଳନ ଉପସ୍ଥିତ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ 

Sunil Chandra Nayak

ବାଲି ମାଫିଆଙ୍କ ମୁଣ୍ଡ ବ୍ୟଥାର କାରଣ ବାଲିଆପାଳ ତହସିଲଦାର

Sunil Chandra Nayak

Leave a Comment

error: Content is protected !!