ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ତମ ସ୍ୱାଧୀନତା ଦିବସ : ସାଇପ୍ରିୟା କ୍ଲବ୍‌ରେ ଭବ୍ୟ ସମାରୋହ

୮୦ତମ ସ୍ୱାଧୀନତା ଦିବସ : ସାଇପ୍ରିୟା କ୍ଲବ୍‌ରେ ଭବ୍ୟ ସମାରୋହ

ରାୟଗଡ଼, ତା. ୧୫.୦୮.୨୦୨୬: ଦେଶପ୍ରେମର ଅପୂର୍ବ ଉତ୍ସାହ, ଆନନ୍ଦ ଓ ଜାକଜମକର ମହାପର୍ବ ୮୦ତମ ସ୍ୱାଧୀନତା ଦିବସ ସାଇପ୍ରିୟା ୱାକର୍ସ କ୍ଲବ୍‌ ପକ୍ଷରୁ ବ୍ୟାଡମିଣ୍ଟନ ପଡ଼ିଆ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଗୌରବମୟ ଅବସରରେ ରାୟଗଡ଼ର ବରିଷ୍ଠ ତଥା ସୁପ୍ରସିଦ୍ଧ ଚିକିତ୍ସକ ଡ. ଭି.ଏଲ୍.ଏନ୍. ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଗୌରବମଣ୍ଡିତ କରିଥିଲେ। ସକାଳ ୭.୩୦ ମିନିଟ୍‌ରେ ଜାତୀୟ ପତାକା ଉତ୍ତୋଳନ ସହ ସମଗ୍ର ପରିବେଶ ଦେଶପ୍ରେମ ଓ ଜାତୀୟତାବୋଧରେ ମୁଖରିତ ହୋଇଉଠିଥିଲା।

କ୍ଲବ୍‌ର ସ୍ଥାପକ ସଭାପତି ୱାକର୍ ସୁବାସ ବେହେରା ଓ ଆଞ୍ଚଳିକ ସଭାପତି ତଥା ଉପଦେଷ୍ଟା ୱାକର୍ ଡ. ଏମ୍. ସୁରେଶ କୁମାରଙ୍କ ସୁଚିନ୍ତିତ ପରିକଳ୍ପନା, ସଭାପତି ୱାକର୍ ଜୟକୃଷ୍ଣ ପ୍ରଧାନ ଓ ସମ୍ପାଦକ ୱାକର୍ ଜଗନ୍ନାଥ ନାୟକଙ୍କ ସୁଦୃଢ଼ ନେତୃତ୍ୱ ଏବଂ ସମସ୍ତ ସଦସ୍ୟ-ସଦସ୍ୟାଙ୍କ ନିଃସ୍ୱାର୍ଥ ସହଯୋଗ ଓ ଅତୁଟ ଦେଶପ୍ରେମ ଏହି ଉତ୍ସବକୁ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚାଇଥିଲା।

ଉପସଭାପତି ୱାକର୍ ବିପ୍ର ଚରଣ ବ୍ରହ୍ମା, କୋଷାଧ୍ୟକ୍ଷ ୱାକର୍ କେ. ବୈକୁଣ୍ଠ ରାଓଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଓ ସଦସ୍ୟା ଏବଂ ଅନ୍ୟୁନ ୪୫ ଜଣ ସାଇପ୍ରିୟା ନଗରବାସୀ ଉପସ୍ଥିତ ରହି ତ୍ରିରଙ୍ଗା ପ୍ରତି ଅପାର ଶ୍ରଦ୍ଧା ଓ ଭାରତ ମାତା ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥିଲେ।

ଶେଷରେ ମୁଖ୍ୟ ଅତିଥି ଓ ଅନ୍ୟ ବକ୍ତାମାନଙ୍କର ସାରଗର୍ଭକ ଉଦ୍‌ବୋଧନ ଉପସ୍ଥିତ ସମସ୍ତଙ୍କୁ ଦେଶପ୍ରେମର ଭାବନାରେ ମନ୍ତ୍ରମୁଗ୍ଧ କରିଥିଲା। ଏହି ଭବ୍ୟ, ଗୌରବମୟ ଓ ଦେଶାତ୍ମବୋଧରେ ଭରପୂର ସମାରୋହକୁ ସାଇପ୍ରିୟା ନଗରବାସୀ ଭୂୟସୀ ପ୍ରଶଂସା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାଗାନ୍ଧିଙ୍କ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

Sunil Chandra Nayak

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ , ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ ନାମ ଭର୍ତି ପାଇଁ ଲକ୍ଷ୍ୟ

Leave a Comment

error: Content is protected !!