ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ, କାହିଁକି ଏଭଳି ନିଷ୍ପତ୍ତି ନେଲେ ଗିରିଜା ମେହେର

ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ, କାହିଁକି ଏଭଳି ନିଷ୍ପତ୍ତି ନେଲେ ଗିରିଜା ମେହେର

ଝରିଗାଁ: 5/8/26ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମପଞ୍ଚାୟତର ଗବାଗୁଡା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଘର ସମ୍ମୁଖରେ ଥିବା ଏକ ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ମୃତ ଛାତ୍ରୀ ହେଲେ ଗବାଗୁଡା ଗ୍ରାମର ସୁନ୍ଦରସିଂ ମେହେରଙ୍କ ଝିଅ ଗିରିଜା ମେହେର। ପରିବାର ସୂଚନା ଅନୁସାରେ, ଗତକାଲି ସେ ଜମିରେ କାମ କରି ଘରକୁ ଫେରିବା ପରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇ ଶୋଇବାକୁ ଯାଇଥିଲେ।

ଆଜି ସକାଳେ ତାଙ୍କ ମା’ ଅମିତା ମେହେର ଘର ସଫା କରୁଥିବା ବେଳେ ଘର ସମ୍ମୁଖରେ ଥିବା ଆମ୍ବଗଛରେ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରେ ପରିବାର ପକ୍ଷରୁ ଝରିଗାଁ ପୋଲିସକୁ ଖବର ଦିଆଯାଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଝରିଗାଁ ରୁ ଗଣେଶ ଛତ୍ର ଙ୍କ ରିପୋର୍ଟ ମସିହା 

Related posts

ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତ

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ 

masiha

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

Leave a Comment

error: Content is protected !!