ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୧ବର୍ଷ ବୟସ୍କ ‘ଅନାଦି’ଙ୍କୁ ମିଳୁଛି ୧ହଜାର ଟଙ୍କା 

୮୧ବର୍ଷ ବୟସ୍କ ‘ଅନାଦି’ଙ୍କୁ ମିଳୁଛି ୧ହଜାର ଟଙ୍କା 

ମୟୁରଭଞ ଜିଲ୍ଲର ବ୍ଲକ, ଶିଳାଘାଟି ପଞ୍ଚାୟଦ ଅନ୍ତର୍ଗତ ହୁଡ଼ିସାହି ଗ୍ରାମର ବାସିନ୍ଦା ସ୍ୱର୍ଗତଃ ନୀଳ ନାଏକଙ୍କ ପୁତ୍ର ଅନାଦି ନାଏକ ଚଳିତ ବର୍ଷ ୮୧ ବର୍ଷ ବୟସରେ ପଦାର୍ପଣ କଲେ । ଆଧାର କାର୍ଡ଼ରେ ଉଲ୍ଲେଖ ଥିବା ଜନ୍ମତାରିଖ ଅନୁସାରେ ତାଙ୍କୁ ୮୧ବର୍ଷ ବୟସ ଛୁଇଁଥିବାର ଜଣାଯାଇଛି । ଏ ବାବଦରେ ଅନାଦି ନାଏକଙ୍କୁ ପଚାରିବାରୁ ସେ କହିଲେ, ବର୍ତମାନ ତାଙ୍କର ବୟସ ୮୫ ବର୍ଷରୁ ଉର୍ଦ୍ଧ ହେବ । କିନ୍ତୁ ଆଧାର ଓ ଭୋଟ ପରିଚୟପତ୍ର ସବୁକିଛିରେ ବୟସ କମ୍ ଦର୍ଶାଯାଇଛି ଓ ମାସିକ ୧ହଜାର ଟଙ୍କା ଭତା ମିଳୁଛି । ୮୦ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମାସିକ ୩ହଜାର ୫୦୦ ଟଙ୍କା ଭତା ପ୍ରଦାନ କରାଯାଉଛି ବୋଲି ସରକାର ଘୋଷଣା କରିଛନ୍ତି । ସରକାରୀ କାଗଜପତ୍ରରେ ଅନାଦିଙ୍କୁ ବୟସ ୮୧ବର୍ଷ ଛୁଇଁଯାଇଥିଲେ ମଧ୍ୟ ସେ ୩ହଜାର ୫୦୦ଟଙ୍କା ଭତା କାହିଁକି ପାଉ ନାହାଁନ୍ତି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବାର ଅନାଦି ଅଭିଯୋଗ କରିଛନ୍ତି । ସେହିପରି ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ସେ ଗୁହାରି ଜଣାଇଛନ୍ତି । ବିଭାଗୀୟ କର୍ତୃପକ୍ଷ ଏ ବାବଦରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱେଛାସେବି ମାନେ ଅନୁରୋଧ ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସିଲେଇ ତାଲିମ ପ୍ରମାଣ ପତ୍ର ପ୍ରଦାନ କାର୍ଯକ୍ରମ   

Sunil Chandra Nayak

ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବସ ସହ ଅଟୋ ମୁହାଁମୁହିଁ ଧକ୍କା ୬ ମୃତ, ୫ ଗୁରୁତର

Leave a Comment

error: Content is protected !!