ରାଇରଙ୍ଗପୁରରେ ରାଜ୍ଯ ବ୍ରାହ୍ମଣ ମହାସଂଘ,ବାମନଘାଟୀ ଶାଖା ଦ୍ୱାରା ବିଶ୍ବ କଲ୍ୟାଣ ମହାଯଜ୍ଞ ଆରମ୍ଭ
ମୟୂରଭଞ୍ଜ -୨୪/୨ ( ମସିହା) ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘ, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଶ୍ୱ କଲ୍ୟାଣ ମହାଯଜ୍ଞ ରାଇରଙ୍ଗପୁରସ୍ଥିତ କୁଚେଇବୁଢୀ ଶ୍ରୀପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରେ ଆରମ୍ଭ ହୋଇଯାଇଛି | ଗତ୨୨ତାରିଖ ଦିନ ମଣ୍ଡଳକରଣ, କୁଣ୍ଡାଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ଯ କରି ଯାଇଥିଲା । ସେହିଭଳି ୨୩ ତାରିଖ ସ୍ଥାନୀୟ ମହିଳାମାନଙ୍କ ଦ୍ବାରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ରାଇରଙ୍ଗପୁର ର ପୂଣ୍ଯତୋୟା ଖଡଖାଇ ନଦୀରୁ ୨୧ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଦ୍ଵାରା ଘଟୋତ୍ତୋଳନ , କଳସଯାତ୍ରା କରାଯିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ସହ ଅଗ୍ନି ସ୍ଥାପନ ,ମଣ୍ଡଆଳଇପଊଜନ,ହବନି କାର୍ଯ୍ୟକ୍ରମ କରାଯାଇଥିଲା। ସେହିଭଳି ୨୪ ତାରିଖ ଦିନ ସୂର୍ଯ୍ୟ ପୂଜା, ଚଣ୍ଡୀପାଠ ହବନ,ରୁଦ୍ରାର୍ଚନ ଏବଂ ୩ ଜଣଙ୍କୁ ବ୍ରତପୋନୟନ କରାଯାଇଥିଲା ।୨୫ ତାରିଖ ପୂର୍ଣ୍ଣାହୁତି ସହିତ ସାମୁହିକ ପ୍ରସାଦ ସେବନ କରାଯିବ ବୋଲି କମିଟୀ ପକ୍ଷରୁ ସୂଚନା ଦେଇଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସୁଦୂର ଜଗତସିଂହପୁରରୁ ସୁନାମଧନ୍ୟ ପଣ୍ଡିତ ମାନସ ଦାଶ ଓ ତାଙ୍କ ୪ ଜଣ ସହଯୋଗୀ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ବାରା ବୈଦିକ ରୀତିନୀତି ଅନୁସାରେ ଯଜ୍ଞପୂଜା ଚାଲୁରହିଛି କର୍ତାଭାଵେ ଇଶ୍ଵର ପ୍ରହରାଜ ଏବଂ ତାଙ୍କର ଧର୍ମପତ୍ନୀ ପୂଜା କାର୍ଯ୍ୟକ୍ରମ ନିଭାଉଛନ୍ତି ।ସମଗ୍ର ରାଇରଙ୍ଗପୁରରେ ଏକ ବୈଦିକ ପରିବେଶ ସୃଷ୍ଟି ହୋଇଛିl ଏଥିରେ ବାମନଘାଟି ବ୍ରାହ୍ମଣ ମହାସଙ୍ଘର ସଭାପତି ଗଣେଶ ମିଶ୍ର, ଉପସଭାପତି ତରୁଣ ନନ୍ଦ, ସଂପାଦକ ସୁଶାନ୍ତ ଶର୍ମା, କୋଷାଧ୍ୟକ୍ଷ ଜୟକୃଷ୍ଣ ଦାଶ ତଥା କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲୀପ କୁମାର ହୋତା, ଅର୍ଦ୍ଧେନ୍ଦୁ ଶେଖର ରଥ, ଟୁନା ପାଣି, ଈଶ୍ବର ପ୍ରହରାଜ, ପ୍ରଭାସ ପ୍ରହରାଜ, ଚିକୁ ମିଶ୍ର, ଜନରଂଜନ ଦାଶ,ହେମନ୍ତ ଶତପଥୀ, ଉପଦେଷ୍ଟା ନୃସିଂହଚରଣ ଦାଶ, କ୍ରିଷ୍ଣା ଶର୍ମା,ପ୍ରମୁଖ ପରିଚାଳନା କରୁଥିବା ବେଳେ ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହୋଯଗ କରିଥିଲେ। ଯଜ୍ଞ ଭଳି ପବିତ୍ର କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ଜନ ସାଧାରଣ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ପୋଲିସ ପ୍ରଶାସନ ସମସ୍ତେ ସହଯୋଗ କରୁଥିବାରୁ ସଂଘର ସଭାପତି ଗଣେଶ ମିଶ୍ର ଧନ୍ୟବାଦ ଜଣାଇଛନ୍ତି l
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍


