ଚୁଡାନ୍ତ ଭୋଟର ତାଲିକା ପ୍ରକାଶ
ନବରଙ୍ଗପୁର :(୨୧|୯) (ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତ ଜୟନ୍ତିନଗର ବୁଥର ପାର୍ଟ ୧୦୩ ନମ୍ବର ରେ ଚୁଡାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି । ଏହି ତାଲିକା ରେ ମୋଟ ୮୬୨ ଭୋଟରଙ୍କ ନାମ ପ୍ରକାଶ ପାଇଛି । ଏଥିରେ ବୁଥ ସ୍ତରୀୟ ଅଧିକାରୀ ଶ୍ରୀକାନ୍ତ ପଣ୍ଡା , ବୁଥ ଲେବେଲ ଏଜେଣ୍ଟ ଶୁଭେନ୍ଦୁ ମିଶ୍ର ,ଲକ୍ଷ୍ମୀ କାନ୍ତ ଦାଶ, କାଳିଆ ପଣ୍ଡା ଓ ଭୋଟର ମାନଙ୍କ ମଧ୍ୟରେ ଯମୁନା ଭତ୍ରl, ମଣି ହରିଜନ,ଶୁଭମ ମିଶ୍ର, କାର୍ତ୍ତିକ ଶବର,ପପୁନ ପଣ୍ଡା ପ୍ରମୁଖ ଅନ୍ୟ ଭୋଟର ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସହଯୋଗ କରିଥିଲେ lସେହିପରି ଡାବୁଗାଁ ବ୍ଳକର ୬୩ ଟି ବୁଥରେ ଅନୁରୂପ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ସର୍ବ ମୋଟ ୪୩୮୫୧ ଭୋଟରଙ୍କ ନାମ ପ୍ରକାଶ ପାଇଛି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

