ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୀଦିଵସୀୟ ବାର୍ଷିକ କ୍ରୀଡା ଉତ୍ସଵ ଶୁଭ ଉଦ୍ଘାଟନ

ରାଇରଙ୍ଗପୁରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୀଦିଵସୀୟ ବାର୍ଷିକ କ୍ରୀଡା ଉତ୍ସଵ ଶୁଭ ଉଦ୍ଘାଟନ

ମୟୂରଭଂଜ – ୨୬/୧୧ — ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାର ଯୋଜନା ଅନୁସାରେ ଚଳିତ ବର୍ଷ ୨୬/୧୧/୨୫ରିଖ  ଦିନ ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ସ୍ଥାନୀୟ ଭରଣ୍ଡିଆ ଖେଳପଡିଆ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁଭ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ତା ୨୮/୧୧/୨୫ ରିଖ ପଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଜାତୀୟ ସ୍ତରୟ ଫୁଟବଲ ଖେଳାଳୀ ତଥା ଶିକ୍ଷକ ଧର୍ମପଦ ମହାନ୍ତ , ରାଇରଙ୍ଗପୁର ପୌର ପରିଷଦ ର ୧୦ ନମ୍ବର ୱାର୍ଡର କାଉନସିଲର ଆଲୋକ ରଞ୍ଜନ ମହାନ୍ତ , ଭାରଣ୍ଡିଆ ର ବିଶିଷ୍ଟ ସମାଜସେବୀ ସୁବୋଧ କୁମାର ହେମ୍ବ୍ରମଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ଉଦ୍ଘାଟନ କରାଯାଇଛି । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ବାରିକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଦୌଡ ଖେଳ ର ପ୍ରମୁଖ ଭାବେ ବିଦ୍ୟାଳୟ ର ଖେଳ ପ୍ରମୁଖ ଆଚାର୍ଯ୍ୟ ମଙ୍ଗୁଲୁ ବେହେରା , ଫିଙ୍ଗା ଖେଳ ର ପ୍ରମୁଖ ଆଚାର୍ଯ୍ୟl ସାବିତ୍ରୀ ମିଶ୍ର ,ଆଚାର୍ଯ୍ୟ ଯତୀନ୍ଦ୍ର ବେହେରା ଓ ଡିଆଁ ଖେଳ ରେ ପ୍ରମୁଖ ଭାବେ ଆଚାର୍ଯ୍ୟ ଦୀପଙ୍କର ବର୍ମା, ସରୋଜ ମହାନ୍ତ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟ ର ଆଚାର୍ଯ୍ୟl ମହାନ୍ତ ବବିତା କୈଲିୟାର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟl ଖେଳ ପରିଚାଳନା ରେ ସହଯୋଗ କରିଥିଲେ ।ଅତିଥି ଗଣ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗୀତା ମୂଳକ ମନୋଭାବ ଏବଂ ଶୃଙ୍ଖଳାର ସହ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ ସଂଘ ସମନ୍ଵୟ କମିଟୀ ଗଠନ

Sunil Chandra Nayak

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କା ଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନୀରିକ୍ଷଣ

Sunil Chandra Nayak

ଗାନ୍ଧୀ ସ୍ମୃତି ଭବନରେ ସମ୍ମାନିତ ହେଲେ ଶିକ୍ଷକ ଭରତ ସାହୁ

masiha

Leave a Comment

error: Content is protected !!