ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ଗଡ଼ନାୟକ ଥିଲେ କାବ୍ୟ ସ୍ଥାପତ୍ୟ ଓ ଛନ୍ଦର ଅପୂର୍ବ ବିନ୍ଧାଣି: ଶ୍ରୀପତି.. ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ ଆଲୋଚନା

କବି ଗଡ଼ନାୟକ ଥିଲେ କାବ୍ୟ ସ୍ଥାପତ୍ୟ ଓ ଛନ୍ଦର ଅପୂର୍ବ ବିନ୍ଧାଣି: ଶ୍ରୀପତି..

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ ଆଲୋଚନା

ରାଉରକେଲା : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ କବି ରାଧାମୋହନ ଗଡ଼ନାୟକଙ୍କ ସ୍ମୃତିରେ ସାହିତ୍ୟ ସଭା, ରଜ ପର୍ବ ଏବଂ କବିତା ପାଠ କର୍ଯ୍ୟକ୍ରମ ମହା ସମାରୋହରେ ସେକ୍ଟର ୭ ସ୍ଥିତ ନିଜସ୍ୱ ଭବନରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ପ୍ରାବନ୍ଧିକ ପ୍ରଶାନ୍ତ କୁମାର ପତି ମୁଖ୍ୟ ଅତିଥି ତଥା ବରେଣ୍ୟ ବକ୍ତା ଭାବରେ ଯୋଗଦାନ କରିଥିବା ବେଳେ ରାଉରକେଲାର ବିଶିଷ୍ଟ ଉଦ୍ୟୋଗବିତ୍ ନିହାରିକା ବସ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦାନ ପୂର୍ବକ ରଜପର୍ବର ମାହାତ୍ମ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତୀ ରେ ପୁଷ୍ପ ପ୍ରଦାନ କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟର ବିଭିନ୍ନ ଦିଗରୁ ଆଲୋଚନା କରି ବରେଣ୍ୟବକ୍ତା ତଥା ଶିକ୍ଷାବିତ ଶ୍ରୀ ପତି କହିଥିଲେ ଯେ କବି ଗଡ଼ନାୟକ ଥିଲେ କାବ୍ୟ ସ୍ଥାପତ୍ୟ ଓ ଛନ୍ଦର ଅପୂର୍ବ ବିନ୍ଧାଣି। ଜାତୀୟ ଚେତନାରେ ଉଦବୁଦ୍ଧ ହୋଇ ସାମାଜିକ ପରିବର୍ତ୍ତନ ପାଇଁ ସେ କଲମ ଚାଳନା କରିଥିଲେ। ସଂସଦ ର ଉପସଭାପତି ରଶ୍ମିବାଳା ରାଉତରାୟ ରଜ ପର୍ବର ଅନୁଭୂତି ବର୍ଣ୍ଣନା କରଥିବା ବେଳେ ସଂସଦର ଉପଦେଷ୍ଟା ହରମୋହନ ମିଶ୍ର କବି ଗଡ଼ନାୟକଙ୍କ ସହ ତାଙ୍କ ସମ୍ପର୍କର ଅବତାରଣା କରି ତାଙ୍କ ସାହିତ୍ୟ ବିଭବର ଉପମା ନାହିଁ ବୋଲି ବର୍ଣ୍ଣନା କରିଥିଲେ। କବି ସୁସ୍ମିତା ମାହାପାତ୍ର ପ୍ରାକ୍ କଥନ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ। ଇତ୍ୟବସରରେ ଦିବଂଗତ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସ ଙ୍କ ସ୍ମୃତି ଚାରଣ କରାଯାଇ ତାଙ୍କର ଆତ୍ମାର ସଦଗତି କାମନା କରାଯାଇ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଡ଼ାକ୍ତର କୃପାସିନ୍ଧୁ ନାୟକଙ୍କ ଦ୍ଵାରା ସଂସଦର ତପସ୍ୱିନୀ ଗ୍ରନ୍ଥାଗାର ନିମନ୍ତେ ‘ କୃପାସିନ୍ଧୁ ନାୟକଙ୍କ କବିତା ସମଗ୍ର ‘ ର ପ୍ରଥମ ଭାଗ ପ୍ରଦାନ କରାଯାଇ ଥିଲା ଏବଂ ସଭାପତି ଶ୍ରୀ ବିଶ୍ଵାଳଙ୍କ କରକମଳରେ ଡାକ୍ତର ନାୟକଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ପରେ ସହ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ସବିତା ବସ୍ତିଆଙ୍କ ସଭାପତିତ୍ୱ ଏବଂ କବି ଅର୍ଚ୍ଚନା ପାତ୍ର ତଥା ଦିବାକର ଦାସଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି କୁଞ୍ଜ ବିହାରୀ ରାଉତ୍, ବିଜୟିନୀ ଜେନା,ସତ୍ୟବ୍ରତ ଦାସ, ଅଭିରାମ ପ୍ରଧାନ, ବିଜୟ ରାୟ, ଭୀମସେନ ସାହୁ, ବ୍ରଜ ବିହାରି ଦାଶ, ସଞ୍ଜୀବ କୁମାର ଭୋଇ, ବଳରାମ ଦାଶ, ଉମେଶ ଚନ୍ଦ୍ର ନାୟକ, ବିଭୂ ପ୍ରସାଦ ନାୟକ, ଅଭିରାମ ସାଗରିଆ, ସସ୍ମିତା ପ୍ରଧାନ, ବ୍ରଜେନ୍ଦ୍ର କୁମାର ଦାଶ, ସୁଶାନ୍ତ କୁମାର ନାୟକ, ନୃସିଂହ ଚରଣ ବିଶ୍ଵାଳ, ସ୍ନେହଲତା ପଟ୍ଟନାୟକ, ଶୈଳବାଳା ଷଡ଼ଙ୍ଗୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କବି ରାଜୀବ ପାଣି,ଅକ୍ଷୟ ସାମଲ, ଶର୍ମିଷ୍ଠା କବି ଶତପଥୀ, ଜଗନ୍ନାଥ ରାଉତ, ହୃଦାନନ୍ଦ ପଟେଲ, ରାମଚନ୍ଦ୍ର ଜେନା, ଜିତେନ୍ଦ୍ର କୁମାର ବସ୍ତିଆ, ରମେଶ ଚନ୍ଦ୍ର ପାତ୍ର, ସୁକାନ୍ତ ମହାପାତ୍ର,କାଶୀନାଥ ପାତ୍ର, କୈଳାଶ ଚନ୍ଦ୍ର ମହାନ୍ତି, ପ୍ରବୀର କୁମାର ଦୁବେ, ଅଶୋକ କୁମାର ମହାନ୍ତି, ଶିବ ସାହୁ ପ୍ରମୁଖ ଅନେକ କବି ଓ ବୁଦ୍ଧିଜୀବି ଉପସ୍ଥିତି ଥିଲେ। ମୋହନ ପଟ୍ଟନାୟକ ଏବଂ ପ୍ରଫୁଲ୍ଲ ସାମଲ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥଲେ। ଶେଷରେ କବି ସତ୍ୟବ୍ରତ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

Sunil Chandra Nayak

ରାଇରଙ୍ଗପୁର ! ଗ୍ରେଡ ପରେ ବୃଦ୍ଧି ଦାଵି ନେଇ ୧୩ ଦିନରେ ପହଞ୍ଚିଲା ଅମଲାଙ୍କ ଧାରଣା,ଅଭିନବ ଉପାୟ ଧାରଣା;ପୂର୍ଣେଶ୍ବର ମନ୍ଦିରରେ ଦୀପ ପ୍ରଜ୍ବଳନ 

Sunil Chandra Nayak

ସାମାଜିକ ସମୀକ୍ଷା ହିତାଧିକାରୀଙ୍କ କର୍ମଶାଳା ଓ ଜନଶୁଣାଣୀ ଅନୁଷ୍ଠିତ

Leave a Comment

error: Content is protected !!