ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

ଜୁନାଗଡ଼ ୨୫/୦୮(ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମିଚା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ସୂଚନା ରୁ ପ୍ରାପ୍ତ ଯେ ଜୁନାଗଡ ବ୍ଲକ ଚିଙ୍ଗୁଡି ସର ଗ୍ରାମ ର ମଳୟ ମାଝୀ ଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ମାମୁଁ ଘର ମିଚା ଗାଁ କୁ ଯାଇଥିଲେ l ହେଲେ ଆଜି ମଳୟ ମାଝୀ ଙ୍କ ଝିଅ ଦିବ୍ୟାନ୍ସୀ (୩)ବର୍ଷ ସକାଳ ସମୟରେ ଖେଳୁ ଥିବା ବେଳେ ଏକ ଛିଣ୍ଡି ଥିବା ତାର ସଂସ୍ପର୍ଶ ରେ ଆସିଥିଲା l ଏହା ଦେଖି ଝିଅ ର ମାଅ ଓ ମାଈ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ l ପରେ ପରିବାର ଲୋକ ତିନି ଜଣଙ୍କୁ ଜୁନାଗଡ଼ ଡାକ୍ତରଖାନା କୁ ଆଣି ଥିଲେ l ସେଠାରେ ଡାକ୍ତର ଦିବ୍ୟାନ୍ସୀ ଙ୍କୁ ମୃତ ଘୋଷଣା କରିଥିଲେ l ଦିବ୍ୟାନ୍ସୀ ଙ୍କ ମାଈ ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଏହି ଘଟଣା ପରେ ଚିଙ୍ଗୁଡ଼ି ସର ଗ୍ରାମ ରେ ଶୋକାକୁଳ ପରିବେଶ ଦେଖାଦେଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ତାଲିମ୍ କାର୍ଯ୍ୟକ୍ରମ

Sunil Chandra Nayak

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

Leave a Comment

error: Content is protected !!