ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ମେଳା ନେଇ ପ୍ରସ୍ତୁତି ବୈଠକ 

ବ୍ଲକ ସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ମେଳା ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୮/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପାରମ୍ପରିକ ପିଠା ଓ ମିଠା ପ୍ରସ୍ତୁତି କରାଯିବ, ପ୍ରତି ପଞ୍ଚାୟତରୁ ୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଭାଗ ନେବେ, ଜୁନ ୪ ତାରିଖ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି | ଏଥିରେ ବିଡିଓ ଶରତ ମାଝି, ସିଡିପିଓ ମିନତୀ ଦାଶ, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ଟପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ସମସ୍ତ ଏମବିକେ ଓ ସିଆରପି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

Sunil Chandra Nayak

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ପାଳିତ

masiha

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ

Sunil Chandra Nayak

Leave a Comment

error: Content is protected !!