ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା ଦ୍ୱାରା ଅଭିମୁଖୀ କରଣ କାର୍ଯ୍ୟକ୍ରମ

ଜାତୀୟ ସେବା ଯୋଜନା ଦ୍ୱାରା ଅଭିମୁଖୀ କରଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀଙ୍କ ତତ୍ତ୍ଵାବଧାନରେ ଜାତୀୟ ସେବା ଅଭିମୁଖୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ମାଝୀ ଜାତୀୟ ସେବା ଯୋଜନାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସମୀର ପଧାନ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା ପ୍ରମୁଖ ଯୋଗଦାନ କରିଥିଲେ I ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ ମଞ୍ଚ ପରିଚାଳନା କରିଥିଲେ I ଏଥିରେ ୯୫ ଜଣ ସ୍ଵେଚ୍ଛାସେବୀ ଯୋଗଦାନ କରିଥିଲେ I ପରିଶେଷରେ ଅଧ୍ୟାପକ କୌସ୍ତୁଭ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡୋଲେଶ୍ବର ରଣା, ଚମ୍ପୁଲାଲ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ I 

Related posts

ପ୍ରଶାନ୍ତଙ୍କ ଗସ୍ତ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଛି

masiha

ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ହାତୀ ଆକ୍ରମଣରେ ପୁଣି ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!