ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟସାଇ ସେବା ଙ୍କ ଜୟନ୍ତୀ ପାଳନ 

ସତ୍ୟସାଇ ସେବା ଙ୍କ ଜୟନ୍ତୀ ପାଳନ 

ନବରଙ୍ଗପୁର:(୨୪/୧୧/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ସତ୍ୟସାଇ ସେବା ଗ୍ରୁଫ ତରଫରୁ ଯୁଗାବତାର ପ୍ରେମ ମୟ ଭଗବାନ ସତ୍ୟସାଇ ବାବାଙ୍କର ୯୯ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ରଥପଦା ଠାରେ ପାଳନ ହୋଇଯାଇଛି । ପ୍ରଭାତରୁ ଓଁକାର, ସୁପ୍ରଭାତମ ,ନଗର ସଙ୍କୀର୍ତ୍ତନ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ,ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଓଁକାର,ଅଷ୍ଟୋତ୍ତର ନାମ ପଠନ ଓ ଭଜନ କାର୍ଯ୍ୟକ୍ରମ ପରେ ଭକ୍ତିମୟ ପରିବେଶ ମଧ୍ୟରେ ମୁଖ୍ୟ ଅତିଥି ଭାବରେ ଇଂ ଉତ୍ତମ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଗୋପାଳ କୃଷ୍ଣ ଜେନା, ସତ୍ୟନାରାୟଣ ଡାକୁଆ ଓ ତ୍ରିନାଥ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସାଇ ସନ୍ଦେଶ ଓ ଜଗତର ହିତ ପାଇଁ ଉଦ୍ଦିଷ୍ଟ ବାବାଙ୍କ ମହତ ବାଣୀ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ। କୁନି କୁନି ପିଲାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୌର ଚନ୍ଦ୍ର ଦାସ ଏଥିରେ ସଂଯୋଜନା କରିଥିଲେ। ଗଗନ ବିହାରୀ ସ୍ୱାଇଁ,ଘନଶ୍ୟାମ ଗୌଡ଼, ଚନ୍ଦ୍ରହାସ ବରାଡ,ଲୋକନାଥ ଦାସ,ଗୀତାଞ୍ଜଳି ସାହୁ ଓ ସଂଗୀତା ଦାସ ଭଜନ ପରିବେଷଣ କରିଥିଲେ । ଶିବ ପ୍ରସାଦ ମହାନ୍ତି,ପ୍ରଭାକର ମୁନି,ମଧୁସୂଦନ ପାତ୍ର,ସତ୍ୟ ପଟ୍ଟନାୟକ, ଅଶୋକ ବରାଡ ଓ ପାପା ରାଓ ଙ୍କ ସମେତ ସମସ୍ତେ ସହଯୋଗ ପ୍ରଦାନ କରିଥିଲେ। ( ମ ନି ସ )

Related posts

କୃଷକ ପରାମର୍ଶ କର୍ମଶାଳା 

masiha

ଯୁବ ଜ୍ୟୋତି କ୍ଲବ ର ବାର୍ଷିକ ବୈଠକ ତଥା କର୍ମକର୍ତା ନିର୍ବାଚନ

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତିଙ୍କ ଇନୋଭା ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

Leave a Comment

error: Content is protected !!