ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

ଜୁନାଗଡ଼, ୧୯/୧୧/୨୦୨୫(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସଂସ୍କୃତି ଭବନ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ,ଆୟୋଜିତ ହୋଇଯାଇଛି।ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କରଙ୍କ ସଭାପତିତ୍ୱରଏହି ଅବସରରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ ପଟ୍ଟଯୋଶୀ,ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଏନଏସି ଅଧକ୍ଷ୍ୟା ହିମାଦ୍ରୀ ନାଏକ,ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଲାଲ ବାହାଦୂର ଯାନୀ,ଆବାହକ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରୀତି ମଞ୍ଜରୀ ନାଏକ,ଏସଡିଭିଓ ମଧୁସୂଦନ ଦାସ, ମତ୍ସ୍ୟ ଅଧିକାରୀ ଲଳିତ ମୋହନ ମହାନନ୍ଦ ପ୍ରମୁଖ ମଞ୍ଚ।ସିନ ଥିଲେ।ଏହି ମେଲାରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଓମଫେଡ, ପ୍ରାଣୀସମ୍ପଦ, ମିଶନ ଶକ୍ତି, ଉଦ୍ୟାନ ବିଭାଗ ପ୍ରମୁଖ ନିଜ ନିଜର ଷ୍ଟଲ ପ୍ରଦର୍ଶନ କରିଥିଲେ।ଏହି ମେଳାରେ ବ୍ଲକର ସମସ୍ତ ପଞ୍ଚାୟତରୁ ଅନେକ ଲୋକ ଉପସ୍ଥିତ ଥିଲେ।ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ଓ ରାଜ୍ୟରେ ଚାଷୀଙ୍କ ସମୃଦ୍ଧି ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

କଳା ଜଗତକୁ ମୋକ୍ଷ ମାର୍ଗ ପ୍ରଦର୍ଶନ କରିଥାଏ : ବରିଷ୍ଠ କଳାକାର ମହାସଂଘ 

Sunil Chandra Nayak

ମୋ ସରକାର ରୂପାନ୍ତର ଯୋଜନା ର ମାନ କୁ ନେଇ ବିଦ୍ୟାଳୟ କମିଟିର ର ପ୍ରଶ୍ନ_ଉତ୍ତର ଦେଉନି ପ୍ରଶାସନ 

Leave a Comment

error: Content is protected !!