ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଆଇ.ଏଲ.ଏଫ୍‌, ଭାରତ ଚାପ୍ଟରର ଅଧ୍ୟକ୍ଷ ହେଲେ  ଡ. ଭବାନୀ ଶଙ୍କର ନିଆଲ

ପି.ଆଇ.ଏଲ.ଏଫ୍‌, ଭାରତ ଚାପ୍ଟରର ଅଧ୍ୟକ୍ଷ ହେଲେ  ଡ. ଭବାନୀ ଶଙ୍କର ନିଆଲ

ଭବାନୀପାଟଣା: ପାନୋରୋମା ଇଣ୍ଟରନ୍ୟାସନାଲ୍ ଲିଟ୍ରେଚର୍ ଫେଷ୍ଟିଭାଲ୍‌-୨୦୨୬ର ଭାରତ ଅଧ୍ୟାୟର ଅଧ୍ୟକ୍ଷ ଭାବରେ ଆନ୍ତର୍ଜାତିକ ଖ୍ୟାତନାମା କବି ଡ. ଭବାନୀ ଶଙ୍କର ନିଆଲଙ୍କୁ ମନୋନିତ କରାଯାଇଛି। ଏ ନେଇ ପାନୋରୋମା ଇଣ୍ଟରନ୍ୟାସନାଲ୍ ଲିଟ୍ରେଚର୍ ଫେଷ୍ଟିଭାଲ୍‌-୨୦୨୬ର କେନ୍ଦ୍ରିୟ କମିଟି ଅଧ୍ୟକ୍ଷ ପ୍ରଫେସର ପ୍ରିଥ ନାମ୍ବିଆର୍ ଏବଂ ମହାସଚିବ ପ୍ରଫେସର ଆଇରିନ୍ କାଭାଡିଆ ଘୋଷଣା କରିଛନ୍ତି। ୭୮ଟି ଦେଶଗୁଡିକର ଅଂଶ ଗ୍ରହଣରେ ପାନୋରୋମା ଇଣ୍ଟରନ୍ୟାସନାଲ୍ ଲିଟ୍ରେଚର୍ ଫେଷ୍ଟିଭାଲ୍‌-୨୦୨୬ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲେଖକ କଳାକାର ଏବଂ ସ୍ୱେଚ୍ଛାସେବୀଙ୍କ ସହାୟତାରେ ପରିଚାଳିତ ହେଉଛି। ଯେଉଁମାନେ ପ୍ରତିଷ୍ଠାନର ଦର୍ଶନ ଏବଂ ନୀତିକୁ ବାସ୍ତବରେ ବୈଶ୍ୱିକ ପ୍ଲଟଫର୍ମରେ ରୂପାନ୍ତରିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। 

ପାନୋରୋମା ଇଣ୍ଟରନ୍ୟାସନାଲ୍ ଲିଟ୍ରେଚର୍ ଫେଷ୍ଟିଭାଲ୍ ଲେଖକ ମାନଙ୍କ ପାଇଁ ଏକ ଗ୍ଲୋବାଲ ପ୍ଲାଟଫର୍ମ ପ୍ରଦାନ କରିଥାଏ ଯାହା ସାହିତ୍ୟ, ସଂସ୍କୃତିର ବିନିମୟ ଏବଂ ମାନବିକ ମୂଲ୍ୟବୋଧ ମାଧ୍ୟମରେ ବିଶ୍ୱ ସଂହତିକୁ ପ୍ରୋତ୍ସାହିତ କରିଥାଏ। ପାନୋରୋମା ଇଣ୍ଟରନ୍ୟାସନାଲ୍ ଲିଟ୍ରେଚର୍ ଫେଷ୍ଟିଭାଲ୍‌-୨୦୨୬ର ବିଷୟବସ୍ତୁ ହେଉଛି, ପୃଥିବୀ: ପୃଥିବୀର ଉପାଦାନର ଅନୁସଂଧାନ ଯାହା ମାନବଜାତି ଏବଂ ଆମକୁ ବଞ୍ଚାଇଥିବା ଗ୍ରହ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଚିନ୍ତନ କରେ। ପୃଥିବୀ ସ୍ଥିର ଏବଂ ସ୍ଥାୟୀ, ସନ୍ତୁଳନ ଧର୍ଯ୍ୟ ଏବଂ ପ୍ରତିରୋଧ ଶକ୍ତିର ପ୍ରତିକ ଭାବରେ ଠିଆ ହୋଇଛି। ପରିବେଶ ଅସନ୍ତୁଳନ ଏବଂ ବିଚ୍ଛିନ୍ନତା ଦ୍ୱାରା ଚିହ୍ନିତ ଏକ ଯୁଗରେ ଏହି ବିଷୟବସ୍ତୁ ଲେଖକ, ଚିନ୍ତକ, କଳାକାର ମାନଙ୍କୁ ପୃଥିବୀକୁ ଏକ ଜୀବନସତ୍ତା ଏବଂ ମାନବତାକୁ ସୌହାଦ୍ର୍ଧ୍ୟ ଦିଗରେ ପରିଚାଳିତ କରୁଥିବା ଏକ ନୈତିକ ଦିଗଦର୍ଶକ ଭାବରେ ପୁନଃସ୍ଥାପନା କରିବାକୁ ଆହ୍ୱାନ କରେ। 

ବିଶ୍ୱର ପ୍ରତିକୋଣର ସ୍ୱରକୁ ଏକତ୍ର କରୁଥିବା ସାହିତ୍ୟକୁ ଉତ୍ସବ ପାଳନ କରିବାର ଏକ ନୂତନ ଦଶନ୍ଧିରେ ପାଦଦେବା ବେଳେ ଡ. ନିଆଲଙ୍କୁ ଭାରତୀୟ କମିଟିରେ ଅଧ୍ୟକ୍ଷ ଭାବରେ କ୍ରମାଗତ ଭାବରେ ଚତୁର୍ଥ ଥରପାଇଁ ମନୋନୀତ କରି ତାଙ୍କ ଦୂରଦର୍ଶୀ ଉପସ୍ଥିତିକୁ ଅସୀମ ଗର୍ବ ଏବଂ ଆଶାବ୍ୟକ୍ତ କରିଛି ପି.ଆଇ.ଏଲ୍‌.ଏଫ୍ କେନ୍ଦ୍ରିୟ କମିଟି। ସୂଚନାଯୋଗ୍ୟ ଯେ, ଡ. ନିଆଲ ଜଣେ ଅନ୍ତରଷ୍ଟ୍ରୀୟ ଖ୍ୟାତନାମା କବି ଏବଂ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ମହୁରିର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ କବିତା ବିଶ୍ୱର ୨୬ଟି ଭାଷାରେ ଅନୁବାଦିତ ହୋଇସାରିଛି। ଏହା ବ୍ୟତିତ ବିଶ୍ୱର ପ୍ରମୁଖ ସାହିତ୍ୟ ପତ୍ରିକା ରାଇଟର ଇଣ୍ଟର ନ୍ୟାସନାଲ ଏଡିସନର କାର୍ଯ୍ୟକାରୀ ସମ୍ପାଦକ ଅଟନ୍ତି। ଡ. ନିଆଲଙ୍କର ପି.ଆଇ.ଏଲ୍‌.ଏଫ୍ ଅଧ୍ୟକ୍ଷ ଭାବରେ ମନୋନୀତ ହେବା ନିଜ ଜନ୍ମମାଟି କଳାହାଣ୍ଡି ଏବଂ ଓଡିଶା ଓ ଓଡିଶା ବାହାରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଶୁଭେଚ୍ଛୁମାନଙ୍କର ଅଭିନନ୍ଦନର ସୁଅ ଛୁଟୁଛି। 

Related posts

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ

masiha

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!