ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଆପାରୀରେ ଅଘଟଣ,ପାଖ ପୋଖରୀ ରେ ବୁଡି ତିନି ବର୍ଷର ଶିଶୁ କନ୍ୟା ମୃତ

ଡିଆପାରୀରେ ଅଘଟଣ,ପାଖ ପୋଖରୀ ରେ ବୁଡି ତିନି ବର୍ଷର ଶିଶୁ କନ୍ୟା ମୃତ

ରାଜନଗର-24.11.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ପଞ୍ଚାୟତ ଡିଆପାରି ଗାଁର ପିତା ମାତା ଛେଉଣ୍ଡ ତିନିବର୍ଷର ଶିଶୁ କନ୍ୟା ଆଜି ସକାଳେ କୌଣସି ପ୍ରକାର ନିକଟସ୍ଥ ପୋଖରୀରେ ଵୁଡିଯାଇ ମୃତ୍ଵ୍ୟ ବରଣ କରିଛି।ସୂଚନା ଯୋଗ୍ୟ ତିନିବର୍ଷର ଝିଅ କୌଶଲ୍ୟା ସେଠି କିଛିଦିନ ପୂର୍ବେ ବାପାକୁ ହରାଇ ମା କୋଳରେ ସେବା ପାଉଥିଲା,ହେଲେ ସେ ପାଷାଣି ଆଠମାସ ଆଠଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ନିଜ ଝିଅକୁ କୋଳଛଡା କରି ନିଜର ସୁଖ ମନାସୀବାକୁ ଜେଜେଵାପା ଜେଜେ ମାଙ୍କ ନିକଟରେ ଅସହାୟ ଶିଶୁ କନ୍ୟାକୁ ଛାଡି ଅନ୍ୟତ୍ର ଚାଲିଗଲା।ବିଚରା ଶିଶୁକନ୍ୟାକୁ ଜେଜେ କାର୍ତ୍ତିକ ସେଠି ଲାଳନ ପାଳନ କରି ଆସୁଥିଲା।ଆଜି ସକାଳୁ ଖେଳୁଥିବ ଭାବି କିଛି ସମୟପରେ ଶିଶୁକନ୍ୟାକୁ ଖୋଜା ଖୋଜିକରି ପାଇନଥିଲେ।ହେଲେ ଖୋଜାଖୋଜିର କେତେ ସମୟ ପରେ ପୋଖରୀରେ ଶିଶୁକନ୍ୟା ଭାସୁଥିବା ଦେଖିବାକୁ ପାଇଥିଲେ।ସଙ୍ଗେସଙ୍ଗେ ଶିଶୁକନ୍ୟାକୁ ରାଜନଗର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ,ଡାକ୍ତର ଦେଖି ଶିଶୁକନ୍ୟାର ମୃତ୍ବ୍ୟୁ ହୋଇଥିବା କହିଥିଲେ।ଏପରି ଦୁଃଖଦ ଘଟଣାରେ ଜେଜେମା ଜେଜେବାପାଙ୍କ ଆଖିରୁ ଲୁହ ସୁଖୁନି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

 

Related posts

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

masiha

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

Sunil Chandra Nayak

ଡାବୁଗାଁ ଗୁରୁକୃପା ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!