ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଶୋକସଭା
ବସ୍ତା,28/11 : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଉଁଶକୁଲି ମଣ୍ଡଳ କାର୍ଯ୍ୟାଳୟରେ ରବିବାର ଅପରାହ୍ନ 4ଟା ସମୟରେ ଏକ ଶୋକସଭା ଅନୁଷ୍ଠିତ ହେଇଯାଇଛି |ଏହି ଅବସରରେ ମଣ୍ଡଳ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ରାଜେନ୍ ପରିଡ଼ା,ବରିଷ୍ଠ ସନ୍ତୋଷପୁର ଗ୍ରାମ ପଞ୍ଚାୟତର ବିଜେପି ନେତା ବଂଶୀଧର ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ନାରାୟଣ ଦତ୍ତ ଓ ଜ୍ୟୋତିର୍ମୟ ନନ୍ଦ,କରୁଆ ପଞ୍ଚାୟତ ପ୍ରମୁଖ ଦିଗାମ୍ବର ପ୍ରଧାନ,ଭେଲୋରା ପଞ୍ଚାୟତ ବରିଷ୍ଠ ବିଜେପି ନେତା ଅଜିତ ଦାସ ମହାପାତ୍ର,ପାଉଁଶକୁଲି ପଞ୍ଚାୟତ ପ୍ରମୁଖ ମହେଶ୍ବର ସାହୁ,ଯୁବନେତା ବିବେକାନନ୍ଦ ପରିଡ଼ା,ବିଶ୍ଵଜିତ ଧଳ,ସାର୍ଥକ ଦାସ ଓ ବହୁମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ |ଉକ୍ତ ଶୋକସଭାରେ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ଅମରଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହିତ ସ୍ମୃତିଚାରଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଉପସ୍ଥିତ ଅତିଥିମାନେ।