ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଷା ଆଇନ ଉଲ୍ଲଂଘନ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ପ୍ରତିବାଦ 

ରାଉରକେଲା/ ଭଞ୍ଜଭବନ ପରିସରରେ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସାରସ୍ବତ ମନ୍ଦିର ସର୍ବପୁରାତନ ଆଦର୍ଶ ପାଠାଗାର ର ହୃତପିଣ୍ଡ ଉପରେ ଓରମାସ୍ ଏବଂ ଜିଲ୍ଲା ପ୍ରଶାସନ ସହଯୋଗୀତାରେ ଜାତୀୟ ବାଣିଜ୍ୟିକ ପ୍ରଦର୍ଶନୀ ଜାନୁଆରୀ ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଦିବା ଦଶ ଘଟିକା ରୁ ରାତ୍ର ଦଶ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଇଂରାଜୀ ଭାଷାରେ ଲିଖିତ ବିଜ୍ଞାପନ ରେ ସାରା ରାଉରକେଲା ଛାଇ ହୋଇଯାଇଛି। ଓଡ଼ିଆ ଭାଷା ରେ ଗୋଟିଏ ମଧ୍ୟ ବିଜ୍ଞାପନ କୌଣସି ସ୍ଥାନରେ ଦେଖିବାକୁ ମିଳିଲା ନାହିଁ। ଦୀର୍ଘବର୍ଷ ର ସଂଘର୍ଷ ଓ ସଂଗ୍ରାମ ପରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଏହି ଭାଷା ପ୍ରତି ଜିଲ୍ଲା ପ୍ରଶାସନ ର କେତେ ଆନ୍ତରିକତା ଅଛି, ତାହା ଜଳଜଳ ହୋଇ ଦିଶୁଛି। 

        ଓଡିଆ ଭାଷା ଆଇନ ୧୯୫୪ ର ସଂଘର୍ଷଶୀଳ ଯାତ୍ରା ପଥରେ ଶାସ୍ତ୍ରୀୟ ମାନ୍ୟତା ଦାବି କରି ସାରା ଓଡ଼ିଶାରେ ତଥା ରାଉରକେଲାରେ ୮୮୭ ଦିନର ଧାରଣା ଓ ବିକ୍ଷୋଭ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ର ଶାସ୍ତ୍ରୀୟ ମାନ୍ୟତା ଘୋଷଣାନାମା ସାରା ଓଡ଼ିଶାକୁ ଉଲ୍ଲସିତ କରିଥିଲା। ସମସ୍ତେ ସ୍ବପ୍ନ ଦେଖୁଥିଲେ ଓଡ଼ିଆ ଭାଷା ଅନ୍ୟ ରାଜ୍ୟ ମାନଙ୍କ ପରି ପେଟପାଟଣା ର ଭାଷା ହେବ। ରାଜ୍ୟ ସରକାର ଙ୍କ ଆନ୍ତରିକତାର ଅଭାବରୁ ଯଥା ପୂର୍ବଂ ତଥା ପରଂ ରୀତି ରେ ଦଣ୍ଡନୀତି ଅଭାବରୁ ଓଡିଶାରେ ଓଡିଆ ଭାଷା କୋଣଠେସା ହୋଇ ରହିଛି। ସରସ ମେଳାରେ ଇଂରାଜୀ ଭାଷାରେ ଲିଖିତ ବିଜ୍ଞାପନ ପାଇଁ ପ୍ରୋତ୍ସାହନ ଏହାର ଜ୍ୱଳନ୍ତ ଉଦାହରଣ।

            ଓଡ଼ିଶା ଦୋକାନ ଓ ବ୍ୟବସାୟିକ ସଂସ୍ଥା ଆଇନ ୧୯୫୬(ଧାରା ୩୮) ଅନୁଯାୟୀ ଓଡ଼ିଶା ରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ନାମଫଳକ, ନିର୍ଧାରିତ ରେଜିଷ୍ଟର ଏବଂ ନୋଟିସ ଓଡ଼ିଆ ଭାଷା ରେ ଲେଖିବା ପାଇଁ ଆଇନ୍ ବଳବତ୍ତର ରହିଥିଲେ ମଧ୍ୟ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉନାହିଁ।

           ୧୮/୫/୨୦୧୭ ତାରିଖରେ ଭାଷା ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଶୁନ୍ୟ ସହନଶୀଳତା ଅବଲମ୍ବନ ପୂର୍ବକ ଉପଯୁକ୍ତ ଦଣ୍ଡବିଧାନ କରାଯିବା ନିର୍ଦ୍ଦେଶ ରହିଅଛି। “ବାଡ଼ ଯଦି କ୍ଷେତ ଖାଏ” ନୀତିରେ ସରକାର ଜାଣିଶୁଣି ଜାତୀୟ ଭାବାବେଗକୁ ଯଦି ଦଳିମକଚି ଦେବେ, ତାହେଲେ ଆମେ ଗୁହାରି କରିବୁ କାହାକୁ ବୋଲି ପ୍ରତିକ୍ରିୟା ପ୍ରକାଶ ପୂର୍ବକ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଷ୍ଠାନ କୁ ପ୍ରତିନିଧିତ୍ଵ କରୁଥିବା ବହୁ ଓଡ଼ିଆ ମାତୃଭାଷାପ୍ରେମୀ ସମେତ ଓଡ଼ିଆ ଭାଷା ବିକାଶ ମଞ୍ଚ ଏକ ମିଳିତ ବିବୃତି ଜାରିକରି ଉଦବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଙ୍କ ଜାତୀୟ ଭାବାବେଗର ଅଭାବ, ବିଭିନ୍ନ ପ୍ରଶାସନିକ ସ୍ତରୀୟ ଦୋଷ ଦୁର୍ବଳତା ଓ ସ୍ଥାଣୁତାର ସୁଯୋଗ ନେଇ ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ମାନଙ୍କରେ ପଡୋଶୀ ରାଜ୍ୟ ର ଭାଷା ମାନଙ୍କର କାୟା ବିସ୍ତାର, ଓଡ଼ିଶା ର ସାର୍ବଭୌମତ୍ୱ ତଥା ଅଖଣ୍ଡତା କୁ ବହୁଳ ଭାବରେ ବିପନ୍ନ କରିବାର ସମ୍ଭାବନା ସୃଷ୍ଟି କରିଛି ବୋଲି ଏହି ମିଳିତ ବିବୃତି ରେ ଦର୍ଶା ଯାଇଛି। 

ରାଉରକେଲା ଏକ କ୍ଷୁଦ୍ର ଭାରତବର୍ଷ ଏବଂ ବିଭିନ୍ନ ଜାତିର ଓ ଭାଷାର ଲୋକ ଏଠାରେ ଅବସ୍ଥାନ କରୁଥିଲେ ମଧ୍ୟ ଇଂରାଜୀ ଯୋଗାଯୋଗ ଭାଷା ରୂପେ ବ୍ୟବହାର ରେ ଓଡ଼ିଆ ଭାଷାପ୍ରେମୀ ମାନଙ୍କର କୌଣସି ଆପତ୍ତି ନାହିଁ କିନ୍ତୁ ଜାତୀୟ ଭାବାବେଗକୁ ଜଳାଞ୍ଜଳି ଦେବା ଏବଂ ମାତୃଭାଷା ଓଡ଼ିଆ କୁ ଓଡ଼ିଶା ରେ ଅଣଦେଖା କରିବା ଏକ ଜାତୀୟ ଅପରାଧ ବିବେଚିତ ହେବା ଉଚିତ ବୋଲି ରାଉରକେଲା ରେ ଆୟୋଜିତ ଏହି ଜାତୀୟ ବାଣିଜ୍ୟିକ ପ୍ରଦର୍ଶନୀ ର ଇଂରାଜୀ ବିଜ୍ଞାପନ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସଭାପତି ପ୍ରଶାନ୍ତ କୁମାର ପତି, ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର, ବଳରାମ ରାଉଳ, ଚନ୍ଦ୍ରଶେଖର ପାଇକରାୟ, କେଦାରନାଥ ପ୍ରଧାନ, କବି ପ୍ରତାପ କୁମାର ପଣ୍ଡା, କବି କାଶିନାଥ ପାତ୍ର, ଗାଳ୍ପିକ ସଞ୍ଜୀବ କୁମାର ଭୋଇ, କବି ଅଶୋକ ରାଉତ, କବି ମୀନକେତନ ପଶାୟତ, ଚିତ୍ରଶିଳ୍ପୀ ଦେବେନ୍ଦ୍ର କୁମାର ବେହେରା,କବି କୁଞ୍ଜବିହାରୀ ରାଉତ, କନକଲତା ମିଶ୍ର ପ୍ରମୁଖ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

 ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ   
   

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ଦ୍ବିତୀୟ ଦିନ ନାୟିକା ରାଉରକେଲା ର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ 

masiha

ନିଟସନ ମଡେଲିଙ୍ଗ ଏକାଡେମୀ ର ଉଦଘାଟନ

Sunil Chandra Nayak

ରାମନାଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି

Leave a Comment

error: Content is protected !!