ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

ଢେଙ୍କାନାଳ : ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରଛି । ସନ୍ଧ୍ୟା 6 ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାୟ ଦୁଇ ଏକର ଜମିରେ ଚାଷୀ ସୁକାନ୍ତି ଭୂୟାଁ ,ମୁରଲୀଧର ଭୂୟାଁ, ରବି ନାୟକ ପରିବା କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି ବିନ୍ସ, କଖାରୁ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ମହୁଲଖୋଳି ଗ୍ରାମରେ ଚାଷୀ ଶ୍ରୀକାନ୍ତ ଗୋଛାୟତଙ୍କ ଘରୁ ଅଖା ବସ୍ତା ରେ ରଖୀଥିବା ଧାନ ଖାଇଥିବାର ଜଣା ପଡିଛି l ଚାଷୀ ଗୋଲଖ ବିହାରୀ ବେହେରାଙ୍କ ଲଗାଇ ଥିବା ଏକ ଏକର ଆଳୁ ପଶି ଖୁଦି ନଷ୍ଟ କରିଛନ୍ତି l ଆଜି ସକାଳେ ଏ ସମ୍ପର୍କରେ ଜାଣିବାପରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି l ଧାରକରଜ କରି ଚାଷ କରିଥିବା ବେଳେ ଅମଳ ପୃବରୁ ହାତୀ ଉଜାଡି ଦେଇଥିବାରୁ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡ଼ିଛନ୍ତି l ତୁରନ୍ତ କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ ହାତୀକୁ ଘଉଡାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ୍ 

Related posts

୧୧ରୁ ଜଳସେଚନ ଦାବିରେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଲଡୁଗାଁ ପଞ୍ଚାୟତର ଚାଷି

Sunil Chandra Nayak

ଜିଲା ମିଳିତ ଯୁବକ ଯୁବତୀ ସରକାରୀ ଚାକିରୀ ଆଶାୟୀ ସଂଘର ବୈଠକ 

masiha

କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର 

masiha

Leave a Comment

error: Content is protected !!