ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଘାଟିତ
ଢେଙ୍କାନାଳ :ତା.୩୧.୦୮.୨୦୨୬ ରିଖ : ( ମ ନି ସ): ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ,ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ପରିସରରେ ପ୍ରାତଃ ୭ ଘଟିକା ସମୟରେ ଅନୁଷ୍ଠାନର ସଭାପତି ନିରଞ୍ଜନ ଶତପଥୀଙ୍କ ତତ୍ତ୍ୱାବଧାନରେ ମହାସମାରୋହରେ ଉଦ୍ ଘାଟିତ ହୋଇଯାଇଛି।ଉଦ୍ ଘାଟନୀ ଉତ୍ସବରେ ସୌଦାମିନୀ ସାହୁ,ସହକାରୀ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଢେଙ୍କାନାଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ।ସମସ୍ତ ପ୍ରତିଯୋଗୀମାନଙ୍କୁ ସାଧୁବାଦ ଦେଇଥିଲେ କଳା ଓ ଶିକ୍ଷାରେ ପିଲାମାନଙ୍କର ଭବିଷ୍ୟତ ସୁଦୃଢ଼ ହବ ବୋଲି ଆଶା ବ୍ୟକ୍ତ କରିଥିଲେ।ଗୀତ,ଓଡ଼ିଆ କବିତା, ରଙ୍ଗଭର,ଚିତ୍ରାଙ୍କନ,ହସ୍ତାକ୍ଷର ଓ ନୃତ୍ୟ ପ୍ରତଯୋଗିତାରେ ପିଲାମାନଙ୍କର ବିଭିନ୍ନ ଜିଲ୍ଲାରୁ ଆଗମନ ଉତ୍ସବକୁ ଆହୁରି ରୋମାଞ୍ଚକର କରିଥିଲା।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବି କେ ବେଣୁଧର ମହାରଣା,ବି କେ ସନ୍ତୋଷ ସାହୁ,ମନୋରମା ସିଂ ମହୋଦୟା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଦ୍ୱିତୀୟ ସନ୍ଧ୍ୟା ଅଧିବେଶନରେ ସଭାର ମୁଖ୍ୟଅତିଥି ଭାବରେ ରାଜ୍ଯପାଳ ଭବନ ଭୁବନେଶ୍ୱରର ହିନ୍ଦୀ ଓ ଓଡ଼ିଆ ଅଫିସର୍,କବି ନାରାୟଣ ମୁଦୁଲୀ ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ମାଟିକୁ ଓ ଏହାର କଳା ସଂସ୍କୃତିକୁ ଭୁୟସୀ ପ୍ରଶଂସା କରିଥିଲେ ଓ ମାଟିର ବନ୍ଦନା କରି ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଲଳିତ କଳା ଏକାଡେମୀର ସଦସ୍ୟ ଶିଳ୍ପୀ ପରେଶ ପଟ୍ଟନାୟକ,ଓଡ଼ିଶା ସଂଗୀତ ନାଟକ ଏକାଡେମି ସଦସ୍ୟ ଗୁରୁ ଯାମିନୀ ରଞ୍ଜନ ଦାସ,ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ପ୍ରାପ୍ତ ନାଟ୍ୟକାର ଶତ୍ରୁଘ୍ନ ମାଟି ଓ ଉପଦେଷ୍ଟା ବେଣୁଧର ବେହେରା,ସଭାପତି ନିରଞ୍ଜନ ଶତପଥି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଆଶିର୍ବାଦ ଓ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ।ସମସ୍ତ ସମ୍ମାନିତ ପ୍ରତିଭା ଭାବରେ ରାଜେନ୍ଦ୍ର ପ୍ରସାଦ ଭଞ୍ଜ,କଣ୍ଠ ଶିଳ୍ପୀ,ପ୍ରମିତା ହୋତା,କଣ୍ଠ ଶିଳ୍ପୀ, ଭୁବନେଶ୍ୱର,ଭୁବନର ବସନ୍ତ ଦାସ ମିମିକ୍ରି କଳାକାର ଓ ଉପସ୍ଥାପକ ଭାବରେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଓ ସେଥିପାଇଁ ସେମାନଙ୍କ ସହିତ ସମସ୍ତ ପ୍ରତିଯୋଗୀ,ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ଅତିଥିଗଣଙ୍କ ଦ୍ଵାରା “ପ୍ରତିଭା ଅନୁପମ ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇ ପ୍ରଶଂସା ପତ୍ର,ମୋମେଣ୍ଟୋ ଓ ମେଡାଲ ପ୍ରଦାନ ପୂର୍ବକ ପୁରସ୍କାର ବିତରଣ କରାଯାଇଥିଲା।ଦୁଇ ବିଚାରକ ସଙ୍ଗୀତ ଗରୁ ଦିଲୀପ କୁମାର ରାଉତ,କାମାକ୍ଷା ନଗର ଓ କବି ବେଣୁଧର ମହାରଣାଙ୍କୁ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।ଅନୁଷ୍ଠାନ ଦ୍ଵାରା ଅତିଥିବୃନ୍ଦ ଓ ସମସ୍ତ ସମ୍ମାନିତ ପ୍ରତିଭାବୃନ୍ଦଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ,ଉପଢୌକନରେ ମେମେଣ୍ଟୋ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ପ୍ରକାଶ ଥାଉକି ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ଜିତେନ୍ଦ୍ର ବେହେରା ମଙ୍ଗଳାଚରଣ ଗାନ,ସ୍ବାଗତକ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ପରିଶେଷରେ ଶାନ୍ତିପାଠ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର,ପ୍ରମୀତା ଶତପଥୀ, ରାଜେନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପାରମ୍ପରିକ ସଙ୍ଗୀତ ପରିବେଷଣ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବର୍ଣ୍ଣାଢ୍ୟ ଏକକ ଓ ଦଳଗତ ପାରମ୍ପରିକ ସଙ୍ଗୀତ,ରଙ୍ଗାରଙ୍ଗ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ଓ ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁଶ୍ରୀ ପ୍ରଜ୍ଞା ପ୍ରିୟା ନନ୍ଦ ଓ ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା।ସୁରଙ୍ଗନା କଳା ନିକେତନର ସମ୍ପୂର୍ଣ୍ଣ ପରିବାରର କର୍ମକର୍ତ୍ତା ଓ ସଦସ୍ୟା,ସଦସ୍ୟ ବୃନ୍ଦ,ପିତାମାତା ଓ ଅଭିଭାବିକା,ଅଭିଭାବକ ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇ ପାରିଥିଲା।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

