ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ସଫେଇ !!!

ବାଣପୁର:- ସରିଛି ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା। ଯାତ୍ରା ସରିଯାଇଛି ହେଲେ ଲକ୍ଷ୍ୟଧିକ ଭକ୍ତଙ୍କ ସମାବେଶରେ ସମ୍ପୂର୍ଣ ଅଳିଆ ଆବର୍ଜନା ହୋଇ ପଡିଛି ପଲଟଣ ପଡ଼ିଆ। ପ୍ରଦାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ପଡ଼ିଆ ମଧ୍ୟରେ ପଢ଼ି ରହିଥିବା ସମସ୍ତ ଅଳିଆ ଆବର୍ଜନା କୁ ସଫେଇ କରିବା ପାଇଁ ଆଗେଇ ଆସିଛି ବିଜେପି। ବାଣପୁର ବିଜେପି ମଣ୍ଡଳ ସଭାପତି ଭଗବାନ ପ୍ରଧାନ ଓ ଯୁବମୋର୍ଚା ସଭାପତି ଅମିତାଭ ପଟଯୋଶୀ ଙ୍କ ନେତୃତ୍ୱରେ କିଛି ବିଜେପି କର୍ମୀ ଚାରିଦିନ ଧରି ପଲଟଣ ପଡିଆ ମଧ୍ୟରେ ପଢ଼ି ରହିଥିବା ସମସ୍ତ ଅଳିଆ ଆବର୍ଜନା କୁ ସଫା କରିଥିବାର ଦେଖିବାକୁ ମିଳିଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ବାଣପୁର ବିଜେପି ମଣ୍ଡଳ ସଭାପତି,ଯୁବମୋର୍ଚା ସଭାପତି ଙ୍କ ସଭାପତିଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି କାଉନସିଲର ଓ ବିଜେପିର ବହୁକର୍ମୀ ସାମିଲ ହୋଇଥିଲେ ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଯାପିତ

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ବହୁଭାଷୀ ନାଟକ ମହୋତ୍ସବ ଆସନ୍ତା ୬ ରୁ ୧୦…..

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

masiha

Leave a Comment

error: Content is protected !!