ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଧର୍ମଗଡ଼ ବ୍ଲକ ପର୍ଲା ସ୍ଥିତ ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଠାରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଦିନ ତାର ଉଦଯାପିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଗୋଟିଏ ସୁନାଗରିକ ହେବା ରାଜ୍ୟ ଓ ଦେଶ ବିକାଶ ଦିଗରେ ନିଜ କର୍ତ୍ତବ୍ୟ ରଖିବା ସହ ସମାଜ କଲ୍ୟାଣ ରେ ଅଂଶୀଦାର ହେବା ହିଁ ପ୍ରକୃତ ଅଧ୍ୟୟନ ଓ ଲକ୍ଷ ପ୍ରାପ୍ତ ପାଇଁ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀ ଙ୍କୁ ଆହ୍ୱାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଙ୍କୁ ମୁଖ୍ୟ ଅତିଥି ମାନ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରେ ପ୍ରଥମ ଦିନ କ୍ରୀଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନି ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଉଦଯାପିତ ବାର୍ଷିକ ଉତ୍ସବ ରେ ସମ୍ମାନିୟ ଅତିଥି ଭାବେ ସରପଞ୍ଚ ବ୍ରିଜଲାଲ ନାଏକ,ସମାଜସେବୀ ହୃଷିକେଶ ସାହୁ,ଅବସରପ୍ରାପ୍ତ କିରାଣୀ ଶୁସାନ୍ତ କୁମାର ଦାସ,ଅବସର ପ୍ରାପ୍ତ ସୈନିକ ସାଧୁରାମ ଶବର ଉପସ୍ଥିତ ଥିବା ବେଳେ ଉଦଘାଟନ ଉତ୍ସବ ର ସମ୍ମାନୀୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା,ସମିତି ସଭ୍ୟା-ପୂର୍ଣ୍ଣମୀ ଝଙ୍କାର,ବିଦ୍ୟାଳୟ କମିଟି ସଭାପତି-ଧନୁର୍ଦ୍ଧର ଅଦା,ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ତ୍ରିପାଠୀ ସଭାପତିତ୍ଵ କରିଥିବା ବେଳେ ଶିକ୍ଷକ ତେଜସ୍ବର ସାହୁ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ କୁ ଶିକ୍ଷକ ନବ କୁମାର ସୁନାରୀ ପ୍ରମୁଖ ଭୂମିକା ତୁଲାଇ ଥିବା ବେଳେ ଶିକ୍ଷକ ରୁଦ୍ର ମାଧବ ନାଏକ,ବିରେନ୍ଦ୍ର ସୁନାନୀ,ଶିକ୍ଷୟିତ୍ରୀ ଦିବ୍ୟ ଭାରତୀ ନାଏକ,ପ୍ରତିଭା ପରିଡା,ଜ୍ୟୋତିର୍ମୟୀ ସାହୁ,ଶୁଭଲକ୍ଷ୍ମୀ ସାହୁ,ଶିକ୍ଷକ ମୁକ୍ତିକାନ୍ତ ମିଶ୍ର,ଶଶ ବିନ୍ଦୁ କୁମାର,ସୋମନାଥ ମିଶ୍ର, ଲକ୍ଷ୍ମୀକାନ୍ତ ମେହେର,ତୁଷାର ରଞ୍ଜନ ନାଏକ,ସାରଦା ପ୍ରସାଦ ଦାସ,ଅର୍ଜୁନ ଗୋପାଳ,ପ୍ରୟାଗ ପଣ୍ଡା,ବିକାଶ ଦାସ,ପ୍ରିୟବ୍ରତ ବେହେରା,ପ୍ରବୀଣ ଦାସ,ଭାଗିରଥି ପଟେଲ,ଗୁଣମତି ଶବର ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଷ ଖାଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Sunil Chandra Nayak

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

ଡବ୍ଳୁଓଡିସି ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଅବିନାଶ

Sunil Chandra Nayak

Leave a Comment

error: Content is protected !!