ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବିଧାୟକଙ୍କ ଦ୍ଵାରା ଟୋଟାଲ ସିଟିରେ ବସିଥିବା ଟ୍ରାନ୍ସଫର୍ମର ଉଦ୍ଘାଟନ ଓ ପତାକା ଉତ୍ତୋଳନ

ରାଇରଙ୍ଗପୁର ବିଧାୟକଙ୍କ ଦ୍ଵାରା ଟୋଟାଲ ସିଟିରେ ବସିଥିବା ଟ୍ରାନ୍ସଫର୍ମର ଉଦ୍ଘାଟନ ଓ ପତାକା ଉତ୍ତୋଳନ

ରାଇରଙ୍ଗପୁର -୨୮/୦୧ —  ତିରିଂ ବ୍ଲକର ବଡ଼ଡାଳିମା ଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ନୂତନ ଭାବେ ଗଢ଼ି ଉଠିଥିବା କୋଲନୀ ଟୋଟାଲସିଟିରେ ୭୭ ତମ ସାଧାରଣତନ୍ତ୍ର ଉପଲକ୍ଷେ ଶହେରୁ ଊର୍ଦ୍ଧ୍ଵ ଗ୍ରାହକଙ୍କ ବିଜୁଳି ସମସ୍ୟା ଦୂର କରିବା ନିମନ୍ତେ ତିରିଙ୍ଗ ବିଦ୍ୟୁତ ବିଭାଗ ଦ୍ଵାରା ବସାଯାଇଥିବା ୧୦୦ କେଭିର ଟ୍ରାନ୍ସଫର୍ମର ରାଇରଙ୍ଗପୁର ବିଧାୟକ ଜୋଲେନ ନାଏକଙ୍କ ଦ୍ଵାରା ଶୁଭ ହସ୍ତରେ ଫିତା କାଟି ଉଦ୍ଘାଟନ ହୋଇଯାଇଛି । ଏଥି ସହିତ ଏ ଅଞ୍ଚଳର ବିଧାୟକଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିବା ସତ୍ତ୍ୱେ ଅଞ୍ଚଳ ବାସୀଙ୍କ ସୁବିଧା ପାଇଁ ସେ ନିମନ୍ତ୍ରଣ ରକ୍ଷା କରି କୋଲନୀର ବାସିନ୍ଦାଙ୍କ ସହିତ ପତାକା ଉତ୍ତୋଳନ କରି ପରେ ପରେ ସେ ଟ୍ରାନ୍ସଫର୍ମର ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ସମୟରେ ବିଦ୍ୟୁତ୍ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଆଶୁତୋଷ ପଣ୍ଡା, ଯନ୍ତ୍ରୀ ଗଜେନ୍ଦ୍ର ରାଉତ , ଲାଇନମ୍ୟାନ ହୃଷୀକେଶ ମହାନ୍ତ , ବିରସିଂ ମାରାଣ୍ଡି , ସେକ୍ସନ କୋମାର୍ଶିଆଲ ଅଫିସର ସୁବ୍ରତ ବେହେରା , ସାମ୍ବାଦିକ ସୁବ୍ରତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ଚକ୍ର ସାହୁ, ରଜତ ସାହୁ , ନିରଞ୍ଜନ ମହାପାତ୍ର , ରାଜୁ ବସା , ମାନସ୍ରଞ୍ଜନ ସାହୁ , ବିକାଶ ମହାପାତ୍ର , ଅଜୟ ସାହୁ , ସନାତନ ସାହୁ , ଭଗବାନ ସୋରେନ ତଥା ଅନ୍ୟମାନେ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି ଏ ଅଞ୍ଚଳର ବିଧ୍ୟାୟକ ଜୋଲେନ ନାଏକ ଅଞ୍ଚଳର ବିକାଶରେ ରୀତିମତ କାର୍ଯ୍ୟ କରିଚାଲିଛନ୍ତି । ଦୀର୍ଘ ଦିନ ପଡ଼ି ରହି ବାରମ୍ବାର ଦୂର୍ବଟଣା ଘଟୁଥିବା ବଡ଼ଡାଳିମା ମୁଖ୍ୟ ସଡ଼କ ପଥର ନିର୍ମାଣ ହେଉ କିମ୍ବା ବିଦ୍ୟାଳୟର ସମସ୍ୟା ହେଉ , ଅନୁଷ୍ଠାନ ମାନଙ୍କର ଅର୍ଥ ପ୍ରଦାନ ହେଉ ସବୁଥିରେ ନିଜେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନା କରୁଥିବାରୁ ସେ ସବୁଠି ପ୍ରଶଂସା ସାଉଁଟି ଥିବା ପରିଲକ୍ଷିତ ହୋଇଛି ତଥା ସାଧାରଣ ଜନତା ଖୁସିବ୍ୟକ୍ତ କରିଛନ୍ତି । ଶେଷରେ ତିରିଙ୍ଗ ବିଦ୍ୟୁତ ବିଭାଗ ପରିବାର ଖୁଶିବ୍ୟକ୍ତ କରି ବିଧାୟକଙ୍କୁ ବିରଳ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ର ଉପହାର ଦେଇଥିଲେ

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ 

Related posts

ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ପରଲୋକ

masiha

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାରକରି ବାଜିମାତ କଲେ ପ୍ରୀତିକା ମିଶ୍ର

Sunil Chandra Nayak

ବେଦବ୍ୟାସ ବିକାଶ ମଞ୍ଚର ୧୧ ଦଫା ଦାବି ନେଇ ଜନସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!