ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ ଓ ଜଣାଶୁଣା କବି ରବିପ୍ରିୟ ଦାଶ

ବରିଷ୍ଠ ସାମ୍ବାଦିକ ଓ ଜଣାଶୁଣା କବି ରବିପ୍ରିୟ ଦାଶ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ଵରଚିତ ପାଞ୍ଚ ଗୋଟି କବିତା ସଂକଳନ ପ୍ରଦାନ କରିଥିଲେ। ଶ୍ରୀ ଦାଶ ଙ୍କ ରଚିତ କ୍ୟାବିନ୍, କୁନି ଝିଅ ଅନ୍ଧ ଜହ୍ମ, ଉର୍ବଶୀର ଗାଁ, ପରିଚିତ ଆଖି, ଅନିର୍ବାଚିତ ସ୍ବପ୍ନ ଆଦି ଏହି କବିତା ସଂକଳନ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। 

ଏହି ଅବସରରେ ମୁଖ୍ୟ ଶାସନ ସଚିବ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାରେ ସାହିତ୍ୟ ଓ ସାମ୍ବାଦିକତାର ବିକାଶ ଦିଗରେ ସକାରାତ୍ମକ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ରବିପ୍ରିୟ ଦାଶ ୧୯୯୨ ମସିହାରେ ସମ୍ବାଦ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟକାରି ଜଣେ ଉଚ୍ଚକୋଟୀର ସାମ୍ୱାଦିକ ଭାବେ ବେଶ ପରିଚିତ ଥିଲେ।

କଳାହାଣ୍ତି ରେ ଥିବା ବେଳେ ସେ ସାଉଁଟା ଅନୁଭବକୁ ଶବ୍ଦରେ ଗୁନ୍ଥି ତିଆରି କରନ୍ତି କବିତାର ମନୋହର ମାଳାସବୁ ।

ଯେବେ କଳାହାଣ୍ତି ଚେଇଁଉଠେ କବିଙ୍କ ସ୍ମୃତିରେ, ପାହାଡ଼ ପିଠିରେ ସବୁଜ ସ୍ବପ୍ନ ଫିଙ୍ଗିଚାଲୁଥାଏ ଅସମାପ୍ତ ଚିହ୍ନହୋଇ, ଛାତି ଉପରେ ଅର୍ଦ୍ଧନଗ୍ନ ଆଦିବାସୀ ଛୁଆଟିଏ ପରି ଲୁହରେ ପହଁରୁଥାଏ କଳାହାଣ୍ତି । ଶାଳ ଜଙ୍ଗଲରେ ପବନର କଥା ମନକୁ ଛୁଇଁଚାଲେ, ଆଖି ମୁଦିଦେଲେ, ଅକୁହା ବେଦନା ଅନାହାରର ବୀଭତ୍ସ ଚିତ୍ରହୋଇ ଓଠକୁ ଦଂଶୁଥାଏ । କବି ଲେଖୁଥା’ନ୍ତି ‐
‘କଳାହାଣ୍ତି ତତେ / ନିତି ଦେଖୁଥାଏ / ମସୃଣ ଏକ / ସଫେଦ ଚାଦର ତଳେ ।’
‘କଳାହାଣ୍ତି,/ ମାଟିର କଣ୍ଢେଇ / ପ୍ରତିଦିନ / ଭାଙ୍ଗୁଥାଏ/ଶିଳ୍ପୀର ତୂଳୀରେ/ବିଶ୍ବ ଇତିହାସ/
ବିକଳାଙ୍ଗ / ମନେହୁଏ ।’ ‐‐ ( କଳାହାଣ୍ତି )

ରବିପ୍ରିୟ ଦାଶଙ୍କ ‘ ଉର୍ବଶୀର ଗାଁ’

୨୦୨୧ ମସିହାରେ ନବୀନ ନିବାସ ଠାରେ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 

‘ଉର୍ବଶୀର ଗାଁ’ ଉନ୍ମୋଚନ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ କବିତା ସଂକଳନ ‘ଉର୍ବଶୀର ଗାଁ’ ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବରସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି,

ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

କୋଲ୍ହଣ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗରେ ଗୋପବନ୍ଧୁ ଜୟନ୍ତୀ ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

masiha

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ…. ୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

masiha

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!