ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଓଡିଶା ଡ୍ରାଇଭର ମହାସଂଘର ଷଷ୍ଠ ବାର୍ଷିକ ଦିବସ ମହାସମାରୋହରେ ପାଳିତ; ସେପ୍ଟେମ୍ବର ପହିଲାକୁ ରାଜ୍ୟ ସରକାର ଡ଼୍ରାଇଭର ଦିବସ ମାନ୍ୟତା ଦେବା ପାଇଁ ଓଡ଼ିଶା ଡ଼୍ରାଇଭର ମହାସଂଘର ଦାବି

ରାଇରଙ୍ଗପୁରରେ ଓଡିଶା ଡ୍ରାଇଭର ମହାସଂଘର ଷଷ୍ଠ ବାର୍ଷିକ ଦିବସ ମହାସମାରୋହରେ ପାଳିତ; ସେପ୍ଟେମ୍ବର ପହିଲାକୁ ରାଜ୍ୟ ସରକାର ଡ଼୍ରାଇଭର ଦିବସ ମାନ୍ୟତା ଦେବା ପାଇଁ ଓଡ଼ିଶା ଡ଼୍ରାଇଭର ମହାସଂଘର ଦାବି

ମୟୂରଭଂଜ – ୧/୦୯- ସେପ୍ଟେମ୍ବର ୧ ଓଡିଶା ଡ୍ରାଇଭର ମହାସଂଘ,ଵାମନଘାଟି ଶାଖା ତରଫରୁ ରାଇରଙ୍ଗପୁରରେ ଷଷ୍ଠ ଡ଼୍ରାଇଭର ଦିବସ ମହାସମାରୋହରେ ପାଳନ କରାଯାଇଛି । ପ୍ରାରମ୍ଭରେ ରାଇରଙ୍ଗପୁର ଵସଷ୍ଟାଣ୍ଡ ନିକଟସ୍ଥ ଓଡ଼ିଶା ଡ଼୍ରାଇଭର ମହାସଂଘର କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଡ଼୍ରାଇଭରମାନେ ଏକଜୁଟ ହୋଇ ପତକା ଉତ୍ତୋଳନ କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ପରେ ବାମନଘାଟି ଉପଖଣ୍ଡର ୭ ଟି ବ୍ଳକର ଏବଂ ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ଡ୍ରାଇଭର ଭାଇମାନେ ଶତାଧିକ ବାଇକ୍ ଧରି ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଜଗନ୍ନାଥ ମନ୍ଦିରରେ ପହଂଚି ଥିଲେ |ସେଠାର ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାପରେ ପୁଣି ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ରାଲି ମାଧ୍ୟମରେ ମୁଖ୍ୟ ବଜାର ଦେଇ ଡ୍ରାଇଭର ମହାସଂଘ କାର୍ଯ୍ୟଳୟରେ ପହଞ୍ଚି ସମାପ୍ତ କରିଥିଲେ | ସଭାପତି ଅମୁଲ୍ୟ ମହାନ୍ତି କହିଥିଲେ ସରକାରଙ୍କ ସମସ୍ତ ଗାଇଡ ଲାଇନ କୁ ଡ଼୍ରାଇଭରମାନେ ମାନି ଚାଲିବା ଉଚିତ ।ବାଇକ ଚଲାଇଲାବେଳେ ହେଲମେଟ ପିନ୍ଧିବା,କାର ଚଲାଇଲାବେଳେ ସିଟ୍ ବେଣ୍ଟ ପିନ୍ଧିବା,ଗାଡ଼ି ଚଲାଇଲାବେଳେ କାନରେ ମୋବାଇଲ ଲଗାଇ କଥା ନ ହେବା,ଦୃତ ଗତିରେ ସମ୍ମୁଖ ଗାଡ଼ିକୁ ଅତିକ୍ରମ ନ କରିବା,ଗାଡ଼ିର କାଗଜପତ୍ର ,ଲାଇସେନ୍ସ ,ଇନସୁରାନ୍ସ ରଖିବା,ପ୍ରଦୂଷଣ ସାର୍ଟିଫିକେଟ ,ମଦ ପିଇ ଗାଡ଼ି ନ ଚଲାଇବା,ଯାତ୍ରୀମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା,ପ୍ରତିବର୍ଷ ଚକ୍ଷୁ ଓ ସ୍ଵାସ୍ଥ୍ଯ ପରୀକ୍ଷା କରିବା ,ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବା ନେଇ ଡ଼୍ରାଇଭର ମାନଙ୍କୁ ସଚେତନତା ବାର୍ତା ଦେଇଥିଲେ ।ତଦସହ ସରକାର ସେପ୍ଟେମ୍ବର ପହିଲାକୁ ରାଜ୍ୟ ସରକାର ଡ଼୍ରାଇଭର ଦିବସ ଘୋଷଣା ପାଇଁ ଅନୁରୋଧ କରିଥିଲେ ।ଡ଼୍ରାଇଭର ମାନେ ସେମାନଙ୍କ ନାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବା ଉଚିତ ବୋଲି କହିଥିଲେ ।ସରକାର ସେମାନଙ୍କ ନ୍ଯାୟୋଚିତ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

 ଆଜିର – କାର୍ଯ୍ୟକ୍ରମରେ ସଂଘର ସଭାପତି ଅମୂଲ୍ୟ ମହାନ୍ତି, ଉପ ସଭାପତି ପିଣ୍ଟୁ ସର୍ଦ୍ଧାର,ସମ୍ପାଦକ ଅଶ୍ୱନୀ ମହାନ୍ତ , ସହ-ସମ୍ପାଦକ ପବନ ଗୋପାଳ,କୋଷାଧକ୍ଷ ଦିଲ୍ଲୀପ କୁମାର ମହାନ୍ତ ଙ୍କ ନେତୃତ୍ଵରେ ଷଷ୍ଠ ବାର୍ଷିକ ଡ୍ରାଇଭର୍ ଦିବସ ପାଳିତ ହୋଇଯାଇଛି ।

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଶ୍ରୀ ଶ୍ରୀ ଐଶ୍ବଆନଏଶ୍ବର ମନ୍ଦିରରେ ଜଳଲାଗି କଲେ କାଉଡିଆ

masiha

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

Leave a Comment

error: Content is protected !!