ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର 

 ବନ୍ଧୁଗାଁ ତା ୩୦/୧୦/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ର କିଣିପାୟୁ ନିକଟସ୍ତ ମୁଖ୍ୟ ରାସ୍ତା ରେ ବିପରୀତ ଦିଗରୁ ଆସୁଥିବା ଦୁଇ ଜଣ ବାଇକ ଚାଳକ ପରସ୍ପର ଦୁର୍ଘଟଣା ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଜି ମଧ୍ୟାହ୍ନ ସମୟରେ ଶ୍ରୀ ତପନ ପୁରୁସେଠୀ ୪୦ ବର୍ଷ ନିଜ ଝିଅର ଅସୁସ୍ଥତା ଯୋଗୁଁ ପାର୍ବତୀପୁରମ୍ ରୁ ଔଷଧ କିଣି ନିଜ ବିକ୍ରମପୁର ଗାଁ ନାରାୟଣପାଟଣା ବ୍ଲକକୁ ଫେରୁଥିଲେ। ବନ୍ଧୁଗାଁ ବ୍ଲକ ବାଉଁସପୁଟ ଗ୍ରାମର ନାଗେଶ କାଡ୍ରାକା ୪୦ ବର୍ଷ ବନ୍ଧୁଗାଁକୁ ଆସୁଥିଲେ। ଦୁଇ ଜଣ ବାଇକ ଚାଳକ ପରସ୍ପର ବହୁ ଜରରେ ଧୋକା ହୋଇ ଦୁଇ ଜଣ ଛିଟିକି ପଡିଥିଲେ ଯାହା ଫଳରେ ଦୁଇ ଜଣ ଙ୍କ ଲେଫ୍ଟ ଜଙ୍ଘ ଭାଙ୍ଗି ଥିବା ବେଳେ ତପନ ପୁରୁସେଟ୍ଟି ଙ୍କ ହାତ ଭାଙ୍ଗି ଥିବା ଜାଣିବାକୁ ମିଳିଛି। ଘଟଣା ଘଟିବା ସ୍ଥଳରେ ପୁର୍ବତନ ସାଂସଦ , ବିଜେଡ଼ି ଜିଲ୍ଲା ସଭାପତି ଝିନ୍ ହିକକା ବିଜୟନଗରମ ରେଳ ଦୁର୍ଘଟଣା ସ୍ଥଳକୁ ଯାଉଥିଲେ।ସେ ଦୁର୍ଘଟଣା ସ୍ଥଳରେ ଅଟକି ମାନବିକତା ଦେଖାଇ ନାରାୟଣପାଟଣା ଆମ୍ବୁଲାନ୍ସ ମାଧ୍ୟମରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଣି ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇ ଫେରି ଯାଇଥିଲେ। ଡାକ୍ତର ଙ୍କ ପରାମର୍ଶ ଅନୁସାରେ ତପନ ପୁରୁସେଟି ଙ୍କୁ ନିଜ ସମ୍ପର୍କୀୟ ଆସିବା ପରେ ସଙ୍ଗେ ସଙ୍ଗେ ପାର୍ବତୀପୁରମ୍ ମେଡ଼ିକାଲ ନେଇଥିଲେ। ନାଗେଶ କାଡ୍ରାକା ଙ୍କୁ ଆମ୍ବୁଲାନ୍ସ ମଧ୍ୟମରେ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।  ଘଟନା ସ୍ଥଳରେ ବନ୍ଧୁଗାଁ ଥାନା ରୁ ପୋଲିସ୍ ପହଞ୍ଚି ଦୁଇଟି ବାଇକକୁ ଜବତ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ପୁରୁଷ ଶୂନ୍ୟ ଉଦୟପୁର ଗ୍ରାମ !!

Sunil Chandra Nayak

ଧରାକୋଟ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

masiha

ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ଚେକ୍

Sunil Chandra Nayak

Leave a Comment

error: Content is protected !!