ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କୋକସରା,୨୯/୦୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ସାନ ପୋଡ଼ାଗୁଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଗତକାଲି ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡିବାରୁ ବନମାଳି ମାଝୀ(୪୦) ଗୁରୁତର ହୋଇଥିଲେ । ବିଳମ୍ବିତ ରାତିରେ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ବେଳେ ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା ।ପରେ ପରିବାର ଲୋକେ ମୃତକଙ୍କ ଶବ ଗାଁ ନେଇ ଫେରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗୋତୋମୁଣ୍ଡା ଫାଣ୍ଡି ଏଏସଆଇ ମନୋଜ କୁମାର ନାଏକ ପହଞ୍ଚି ଶବ ଜବତ କରିଥିବା ଜଣାପଡ଼ିଛି । କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଙ୍ଗଳପୁର ଗସ୍ତରେ ଥିବା ବେଳେ ଖବର ପାଇ ସେ ମୃତକଙ୍କ ଘରକୁ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ମହା ପ୍ରୟାଣ ଗାଡି ବ୍ୟବସ୍ଥା କରି ଶବକୁ କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ। କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଗୃହରେ ଶବକୁ ରଖାଯାଇଛି। ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଳି ପୁଲିସ କହିଛି। ଏନେଇ ଆମପାଣି ଥାନାରେ କେଶ ନମ୍ବର ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବ୍ଲକ ସ୍ତରରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୯ ଟି ଅଭିଯୋଗର ଶୁଣାଣି

Sunil Chandra Nayak

ପୁଣିଥରେ ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

Sunil Chandra Nayak

ବିଧାୟକ ବାଣ୍ଟିଲେ ବିଏସକେୱାଇ ନବୀନ କାର୍ଡ 

masiha

Leave a Comment

error: Content is protected !!