ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

ରାଇରଙ୍ଗପୁର -୧/୦୪ — ଆଜି ଏପ୍ରିଲ ପହିଲା ।ଆଜିଠାରୁ ରାଜ୍ୟରେ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ।ଏହି ପରିପ୍ରେକ୍ଷୀରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ତରଫରୁ ପୌରପାଳିକା କାର୍ଯ୍ଯନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜନଗଣନା ଶୁଭାରମ୍ଭ ହୋଇଛି ।ଆଜି ପୌରପାଳିବା ତରଫରୁ ପୌରାଞ୍ଚଳର ଦୁଇ ନମ୍ବର ଓ୍ବାର୍ଡ ତଥା ବାଇଦାପୋଷୀ ଗ୍ରାମର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାସଭବନକୁ ଯାଇ ତାଙ୍କ ଵାସଭଵନରେ ରହୁଥିବା ତାଙ୍କ ଭାଉଜ ଶ୍ରୀମତୀ ଶାକରମଣି ଟୁଡୁଙ୍କ ପାଖରୁ ଜନଗଣନା ଶୁଭାରମ୍ଭ କରିଥିଲେ ।ତାଙ୍କଠାରୁ ଜନଗଣନାର ସମସ୍ତ ତଥ୍ଯ ପଚାରି ବୁଝିବା ସହ ମୋବାଇଲରେ ସମସ୍ତ ତଥ୍ଯ ଅପଲୋଡ଼ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା,ଜନଗଣନା ଅଧିକାରୀ ସ୍ବରୂପ ମହାନ୍ତ,ଏକଜିଉଟିଭ୍ (ମେପ୍) ପ୍ରିୟଙ୍କା ଦୋଳନାୟକ,ରାଇରଙ୍ଗପୁର ପୌର କର୍ମଚାରୀ ଚିନ୍ମୟ ନାଏକ,ମନୋଜ ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ ।

ସେହିଭଳି ଦ୍ଵିତୀୟରେ ପୌରାଞ୍ଚଳର ୧୨ ନମ୍ବର ଓ୍ବାର୍ଡ ଇଚିଣ୍ଡା ଗ୍ରାମରେର ରହୁଥିବା ବୀରଚକ୍ର ଶହୀଦ ନନ୍ଦୁରାମ ସୋରେନ ଙ୍କ ବାସ ଭବନକୁ ଯାଇ ତାଙ୍କ ପତ୍ନୀ ଲକ୍ଷ୍ମିମଣୀ ସୋରେନ ଙ୍କ ଠାରୁଜନଗଣନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଅପଲୋଡ କରିଥିଲେ ।ଜନଗଣନାରେ ପୌରପାଳିକା କାର୍ଯ୍ଯନିର୍ଵାହୀ ଅଧିକାରିଣୀ ଶକୁନ୍ତଳା ହାଁସଦାଃ,ଜନଗଣନା ଅଧିକାରୀ ଆଲୋକ ସିଂ,ଏକଜିଉଟିଭ (ମେପ୍) ପ୍ରିୟଙ୍କା ଦୋଳନାୟକ,ବିଭାଗୀୟ ପୌର କର୍ମଚାରୀ ଚିନ୍ମୟ ନାଏକ,ମନୋଜ ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ ।

 ସେହିଭଳି ତୃତୀୟରେ ରାଇରଙ୍ଗପୁର ବ୍ଳକର ହଳଦା ପଞ୍ଚାୟତର ନୂଆଗାଁନିବାସୀ ସାନ୍ତାଳୀ ସାରସ୍ଵତ ସାଧକ ପଦ୍ମଶ୍ରୀ ଚରଣ ହେମ୍ବ୍ରମ ଙ୍କ ବାସଭବନକୁ ଯାଇ ଜନଗଣନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ।ଜନଗଣନା ରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶକୁନ୍ତଳା ହାଁସଦାଃ,ଜନଗଣନା ଅଧିକାରିଣୀ ଶ୍ରୀମତୀ ବେଵି ଵେହେରା ,ଏକଜିଉଟିଭ୍ (ମେପ୍) ପ୍ରିୟଙ୍କା ଦୋଳନାୟକ,ବିଭାଗୀୟ ପୌର କର୍ମଚାରୀ ଚିନ୍ମୟ ନାଏକ ,ମନୋଜ ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ । 

ସେହିଭଳି ଚତୁର୍ଥ ଘର ରାଇରଙ୍ଗପୁର ପୌରପାଳିକାର କୁଚେଇବୁଢି ଗ୍ରାମ ନିବାସୀ ତଥା ରାଇରଙ୍ଗପୁର ପୌରପାଳିକାର ପ୍ରଥମ ନାଗରିକ ତଥା ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାଏକଙ୍କ ଘରକୁ ଯାଇ ତାଙ୍କର ଜନଗଣନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ।ଏହି ଜନଗଣନା ରେ ପୌରପାଳିକା କାର୍ଯ୍ଯନିର୍ଵାହୀ ଅଧିକାରିଣୀ ତଥା ଜନଗଣନା ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦାଃ,ଜନଗଣନ ଅଧିକାରିଣୀ ଶ୍ରୀମତୀ ଅନୁପମା ନନ୍ଦ ,ଏକଜିଉଟିଭ (ମେପ୍) ପ୍ରିୟଙ୍କା ଦୋଳନାୟକ,ଵିଭାଗୀୟ ପୌର କର୍ମଚାରୀ ଚିନ୍ମୟ ନାଏକ ,ମନୋଜ ମଣ୍ଡଳ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟରେ ଯୋଗଦାନ 

masiha

ଭାରତୀୟ ଜନତା ପାର୍ଟି ବାଲେଶ୍ଵର (ଉତ୍ତର) ଜିଲ୍ଲା କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO

Sunil Chandra Nayak

Leave a Comment

error: Content is protected !!