ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ରାବଣପୋଡି

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ରାବଣପୋଡି 

କାମାକ୍ଷାନଗର (ମନିସ )27/9/24 // କାମାକ୍ଷାନଗର ପ୍ରସିଦ୍ଧ ଦଶହରା ଓ ରାବଣ ପୋଡି ଉତ୍ସବ ଚଳିତ ବର୍ଷ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପଡିଆ ପରିବର୍ତ୍ତେ ସାରଙ୍ଗଧର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବାର ଜଣାଯାଇଛି l କାମାକ୍ଷାନଗର ଦଶହରା ଓ ରାବଣ ପୋଡି ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା l ଏଥିରେ ରେଙ୍ଗାଲି ଜଳସେଚନ ବିଭାଗ ପଡିଆରେ ରାବଣପୋଡି ପାଇଁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ମଧ୍ୟରେ ବହୁ ସଦସ୍ୟ ବିରୋଧ କରିଥିଲେ l ଏହି ବିରୋଧ କ୍ରମେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ନାରୟଣ ଚନ୍ଦ୍ର ନାୟକ ପ୍ରଶାସନ ନିଷ୍ପତି ନେବାକୁ ପ୍ରକାଶ କରିଥିଲେ l ପରେ ମିଳିତ ବଜାର କମିଟି ପକ୍ଷରୁ ପ୍ରଥମେ ରେଙ୍ଗାଲି ଜଳସେଚନ ବିଭାଗ ପଡିଆ ବୁଲି ଦେଖିଥିଲେ l ସେଠାରେ ରାବଣ ପୋଡି ଉତ୍ସବ ପାଇଁ ଅନୁକୂଳ ନଥିବାରୁ ସାରଙ୍ଗଧର ଷ୍ଟାଡିୟମ ଦେଖିଥିଲେ l ସେଠାରେ ରାବଣ ପୋଡି ପାଇଁ ପରିବେଶ ଅନୁକୂଳ ଥିବାର ଅନୁଭବ କରିଥିଲେ l ପରେ ମିଳିତ ବଜାର କମିଟି ପକ୍ଷରୁ ବିଶ୍ୱଜିତ ପଟ୍ଟନାୟକ, ସରୋଜ କୁମାର ବେହେରା,ଶୁଭ୍ରଂଶୁ ମହାନ୍ତି ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଷ୍ଟାଡିୟମ ରେ ରାବଣ ପୋଡି ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଉପଜିଲ୍ଲାପାଳ ଶ୍ରୀ ନାୟକ ଷ୍ଟାଡିୟମ ପରିସରରେ ରାବଣ ପୋଡି ହେବା ପାଇଁ ସମ୍ମତି ପ୍ରଦାନ କରିଥିବାର ଜଣାଯାଇଛି l ଏହି ଖବର ପ୍ରଚାର ହେବା ପରେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ପ୍ରସ୍ତୁତି ବୈଠକ

Sunil Chandra Nayak

ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

କୁମ୍ଭାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Leave a Comment

error: Content is protected !!