ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ଲୟଜ ୟୂନିଅନର ସମ୍ମିଳନୀ 

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ଲୟଜ ୟୂନିଅନର ସମ୍ମିଳନୀ 

 ମୟୂରଭଞ୍ଜ- ୪/୦୮ ( ମସିହା)ସମାଜର ବିକାଶରେ ବିଦ୍ୟୁତ୍ କର୍ମଚାରୀଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ସେମାନଙ୍କ କଠିନ ପରିଶ୍ରମ,ତ୍ୟାଗ, ବଳିଦାନ ଓ କର୍ତ୍ତବ୍ୟ ପରାୟଣତା ଯୋଗୁଁ ସରକାରୀ, ବେସରକାରୀ,ଘରୋଇ, ଶିଳ୍ପ କାରଖାନା ସଵୁଠି ଉଜାଲା ।ହେଲେ ସରକାର ବିଦ୍ୟୁତ ବିଭାଗକୁ ଘରୋଇ ଠିକା କମ୍ପାନୀକୁ ହସ୍ତାନ୍ତର କରିବା ଯୋଗୁଁ ଠିକା କମ୍ପାନୀର ମନମାନୀ ଯୋଗୁଁ କାର୍ଯ୍ୟରତ ଠିକା କର୍ମଚାରୀମାନେ ସେମାନଙ୍କ ନ୍ୟାୟ ସଠିକ ପାଉ ନାହାନ୍ତି ଯାହାଫଳରେ ସେମାନଙ୍କ ଦୁଃଖ ଅପ୍ରମିତ ହୋଇପଡିଛି ।ଆଜି ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ନେସ୍କୋ ପାଓ୍ବାର ଏମ୍ପଲୟଜ ୟୂନିଅନ ର ସାଧାରଣ ସଂପାଦକ ଜ୍ୟୋତି କୃଷ୍ଣ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଵରିଷ୍ଠ ନେତା ସିଦ୍ଧେଶ୍ୱର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ସହିତ କର୍ମଚାରୀ ନେତା ଦେବାଶିଷ ବେହେରା,ଉଦୟ ଭାନୁ ବେହେରା ,ଚନ୍ଦନ ରାଉତ, ପ୍ରବୀର ମହାପାତ୍ର, ରାଇରଙ୍ଗପୁର ଡିଭିଜନ ସଂପାଦକ ଦୀପକ ମହାନ୍ତ,ଅମୀୟ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ ।ସଂଘଂ ଶରଣଂ ଗଛାମି । ନେସ୍କୋ ପାଓ୍ବାର ଏମ୍ଲୟଜ କର୍ମଚାରୀଙ୍କ ସମସ୍ୟାକୁ ଗୁରୁତ୍ବ ଦେବା ସହ ସମାଧାନ ପାଇଁ ସଦାସର୍ବଦା ଚେଷ୍ଟିତ ଥାଏ । ସମ୍ମିଳନୀରେ ଠିକା କର୍ମଚାରୀମାନେ କିଭଳି ଆର୍ଥିକ , ସୁରକ୍ଷା, ଚାକିରିର ସ୍ଥାୟୀତ୍ବ ସମସ୍ଯା ଦେଇ ଗତି କରୁଛନ୍ତି ଏବଂ କିଭଳି ସ୍ଥାୟୀ ସମାଧାନ ହେବ ସେଥିପ୍ରତି ସଂଘ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ । ଚାକିରୀରେ ଦିର୍ଘବର୍ଷ ହେଲା କାମ କଲେ ମଧ୍ୟ ସେମାନଙ୍କୁ ଚାକିରି ଯୋଗଦାନ ଲିଖିତ କାଗଜ ପତ୍ର ଦିଆଯାଉନାହିଁ, ପରିଚୟପତ୍ର ଦିଆଯାଉନାହିଁ,କିଛି କର୍ମଚାରୀଙ୍କ ଇଏସାଇ କାର୍ଡ ନାହିଁ , ଇପିଏଫ କାହାର କଟୁଛିତ କାହାର କଟୁନି,ମାସ ଯାକ କଲେ ମଧ୍ୟ ୨୬ ଦିନର ଦରମା ଦିଆଯାଉଛି ,ଦୁଇମାସ କାମ କଲେ ମାସକର ଦରମା ଵିଳମ୍ଵରେ ମିଳୁଛି,,ମିଟର ରିଡର୍ ଠିକ ପାରଫର୍ମାନସ ଦେଖାଇଲେ ମଧ୍ୟ ସେମାନଙ୍କ ଦରମା କରାଯାଉଛି ,ପେଟ୍ରୋଲ ଆଲାଉନ୍ସ ମଧ୍ୟ ଠିକ୍ ଭାବରେ ଦିଆଯାଉନାହିଁ , ଚାକିରୀ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି, କାର୍ଯ୍ୟକ୍ଷେତ୍ରରେ ଅସାମାଜିକ ଲୋକଙ୍କ ପାଖରୁ ମାଡ଼ ଓ ଗାଳି ଯାଉଥିବାବେଳେ ବିଭାଗ ତରଫରୁ ସୁରକ୍ଷା ଦିଆଯାଉନାହିଁ ।ତଦସହ ଠିକା କର୍ମଚାରୀଙ୍କ ବକେୟା ଦରମା ୧୫/୦୩/୨୦୨୪ ରେ ଗେଜେଟ ନୋଟିଫିକେସନ ହୋଇଥିବାବେଳେ ଟିପିଏନଓଡିଏଲ ତରଫରୁ ୧୮/୦୭/୨୪ ରେ ସର୍ବନିମ୍ନ ମଜୁରୀ ଦେବାପାଇଁ ନିର୍ଦ୍ଦେଶ ଦେବା ଅତିବ ଦୁର୍ଭାଗ୍ୟଜନକ ଓ ଟାଟା କମ୍ପାନୀର କର୍ମଚାରୀ ଶୋଷଣ ନୀତି । ତଦସହ ଟାଟା ପାଓ୍ବାରର ଅଫିସରମାନଙ୍କ ପାଇଁ ଗୋଟିଏ ନିୟମ ଏବଂ ଠିକା କର୍ମଚାରୀମାନଙ୍କ ପାଇଁ ଆଉ ଗୋଟିଏ ନିୟମ । ଟାଟା କମ୍ପାନୀର ପକ୍ଷପାତିତା ଓ ସାବତପୁଅ ଭୂମିକା ଚଳିବ ନାହିଁ ।ଯାହାକୁ ଆଦୌ ଵରଦାସ୍ତ କରାଯିବ ନାହିଁ ।ଆଗାମୀ ଦିନରେ ଏହାକୁ ନେଇ ତିବ୍ର ଆନ୍ଦୋଳନ କରାଯିବ ବୋଲି ନେତୃବୃନ୍ଦ କହିଥିଲେ । ସମସ୍ତେ ସଂଘର ଛତାତଳେ ଏକାଠି ହୋଇ ଆଗାମୀ ଦିନରେ ନିଜର ହକ ହାସଲ ପାଇଁ ଆନ୍ଦୋଳନ କରିବାପାଇଁ ସଂକଳ୍ପ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜୟନାରାୟଣ ପରିଡା, ଗଜେନ୍ଦ୍ର ମହାନ୍ତ, ଗୋପିନାଥ ଗିରି,ମନୋଜ ଦାସ,ଶୈଳୈସ ମହାନ୍ତ,ମୋହନ ବେହେରା,ଅମର ଦାସ ଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ସଂଘର ଯୁଗ୍ମ ସଂପାଦକ ଦେବାଶିଷ ବେହେରାଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଏହି ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ

masiha

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

Sunil Chandra Nayak

Leave a Comment

error: Content is protected !!