ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଲାଞ୍ଜିଗଡ଼,୧୫/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆଠାରେ ବିଶ୍ବନାଥପୁର ଶିଶୁ ମନ୍ଦିର ତରଫରୁ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନଶିକ୍ଷକ କାଳିଆସୁନା ବର୍ଦ୍ଧନ, ସରପଞ୍ଚ ସୁରଥ ମାଝୀ, ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ ! ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟିର ସଭାପତି ଅନ୍ତରାମ ପ୍ରଧାନୀ, ଉପସଭାପତି ପୃଥ୍ବୀରାଜ ଗୁରୁ, ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ବନ ଦଳେଇ, କୋଷାଧ୍ୟକ୍ଷ ଅନନ୍ତ ପ୍ରସାଦ ପଣ୍ଡା, ବରିଷ୍ଠ ନାଗରିକ ରଘୁବୀର ନାଗ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ ! ଏଇ ଅବସରରେ କୁନିକୁନି ଶିଶୁମାନଙ୍କୁ ନେଇ ୧୦୦ ଓ ୨୦୦ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟପୁଟ, ବେଙ୍ଗଡ଼ିଆଁ, ବେଲୁନ ଦୌଡ଼ ଆଦି ପ୍ରତିଯୋଗିତା କରାଯାଇଥିବାବେଳେ ଅଭିଭାବକମାନଙ୍କୁ ନେଇ ୨୦୦ ମିଟର ଦୌଡ଼ ଓ ଅଭିଭାବିକାମାନଙ୍କୁ ନେଇ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ! ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରସାଦ ବେହେରା, ଗୁରୁଜୀ ଗୋବିନ୍ଦ ବେହେରା, ବିଶ୍ବରଞ୍ଜନ ଧଙ୍ଗଡ଼ାମାଝୀ, ଗୁରୁମା ମମତା ପାତ୍ର, ଅଞ୍ଜଳି ରଣା, ମୀନର୍ଭା ସାହୁ, ଲିକୁନି ସାହୁ, ନମିତା ଗଉଡ଼, ରାନୀ ସାହୁ, ସଂଯୁକ୍ତା ଘଡ଼େଇ, ଦୁଲ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବାବେଳେ ନାନୀମା ନୀରବତୀ ନାଗ, ରଞ୍ଜିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ! 

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ବାସିଙ୍ଗି ବଜାର ଛକରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାଵି 

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

Leave a Comment

error: Content is protected !!