ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ବିଦ୍ୟା ନିକେତନ ର ବାର୍ଷିକ କ୍ରୀଡା ଉତ୍ସବ 

ଭାରତୀୟ ବିଦ୍ୟା ନିକେତନ ର ବାର୍ଷିକ କ୍ରୀଡା ଉତ୍ସବ 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ର ୧୩ ତମ ବାର୍ଷିକ କ୍ରୀଡା ଉତ୍ସବ ଗତ ଶନିବାର ଦିନ ଭୈରବ ଖେଳ ପଡିଆ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନତ କୁମାର ଯୋଶୀଙ୍କ ତତ୍ଵ।ବଧାନରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ସମ୍ପାଦିକା ମମତା ମଞ୍ଜରୀ ଯୋଶୀ ଅଧକ୍ଷତା କରିଥିଲେ ।ଏଥିରେ ପଣ୍ଡର।ମାଳି ଯୁବ ସମାଜର ସଭାପତି ଦୁର୍ଗା ପ୍ରସାଦ ନ।ଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ରାଧେ ଶ୍ୟାମ ପଣ୍ଡା ,କାଉନସିଲର ପୁଷ୍ପଲତ। ଦଣ୍ଡସେନା ପ୍ରମୁଖ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ଶିକ୍ଷା ଏବଂ ଜୀବନର ଲକ୍ଷ ଉପରେ ଗୁରୁତ୍ୱ ଦେଇଥିଲେ ।ଏଥିରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ।ସହକାରୀ ଆଚାର୍ଯ୍ୟ ଶୁଭେନ୍ଦୁ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ପ୍ରଦୀପ ଧ ଙ୍ଗ ଡା ମାଝି ,ପଞ୍ଚ। ହଂସ ,ମମତା ବେହେରା ,ସତ୍ୟଭାମା ନିଆଲ ,ମୁକେଶ ନ।ଏକ ,କ୍ଷୀର।ଦି ହଂସ ,ସ୍ନେହ ମେହେର ,ମାନିନୀ ଧଙ୍ଗଡା ମାଝି ,ଭଗବତୀ ଦେଇ ,ସମୀର ଦଣ୍ଡସେନା ଏବଂ ଦେବକୀ ମଳିକ ପ୍ରମୁଖ ଯୋଗ ଦେଇ ବାର୍ଷିକ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

masiha

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

masiha

Leave a Comment

error: Content is protected !!