ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

ବ୍ରହ୍ମପୁର,୦୧/୦୫ ଭଏସ୍ ଅଫ୍ ମିଡ଼ିଆ ଓଡିଶା ଶାଖାର ରାଜ୍ୟ ସଭାପତି ଶ୍ରୀ ଡ଼.ପ୍ରଭାତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ସ୍ଥିତ ଇଞ୍ଜିନିୟରିଙ୍ଗ୍ ସ୍କୁଲ ଛକ ନିକଟରେ ଥିବା ରାଜସ୍ୱ ନିରୀକ୍ଷଣ ବଙ୍ଗଳା ସଭା କକ୍ଷରେ ଭଏସ୍ ଅଫ୍ ମିଡ଼ିଆର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ରାଜ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅରୁଣ କୁମାର ଗୌଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଳକ୍ ରୁ ଗଣମାଧ୍ୟମ ପ୍ରତିନିଧି ତଥା ଭଏସ୍ ଅଫ୍ ମିଡିଆର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଶ୍ରୀ ରାମପ୍ରସାଦ ସାମଲଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତରେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସାଂଗଠନିକ ବୈଠକର କଣ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ତାହା ଉପରେ ରାଜ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଗୌଡ଼ ଗୁରୁତ୍ୱାରୋପ ରଖିଥିଲେ । ଏହି ବୈଠକରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ଭିଓଏମ ସଦସ୍ୟ ମାନେ ନିଜ ନିଜର ପରିଚୟ ସହିତ ନିଜ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ଶ୍ରୀ ଦିଲ୍ଲୀପ ରଞ୍ଜନ କୋଠିଆ ଓ ଶ୍ରୀ ପ୍ରିୟବ୍ରତ ପଣ୍ଡା,ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ସୁଦର୍ଶନ ପରିଡା ଉପସ୍ଥିତ ଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ରଘୁନାଥ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related posts

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ

masiha

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନଙ୍କ ବିୟୋଗରେ ଶୋକ 

masiha

Leave a Comment

error: Content is protected !!