ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମ

ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମ

ଆସିକା,୨୪/୦୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା ପଂଚାୟତ ସମିତି ପକ୍ଷରୁ ତାଲୁକା କଲ୍ୟାଣ ମଣ୍ଡପ ଠାରେ ବିକାଶ ଧାରା, ଓଡିଶା ସାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅସରରେ ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ସହିତ ସ୍ଵୟଂ ସହାୟକ ଗୋଷ୍ଠି କୁ ଋଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା l ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ରାଜେନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ବିଧାୟକ ସରୋଜ କୁମାର ପାଢ଼ୀ, ଅତିରିକ୍ତ ତହସିଲଦାର ଅମରେଶ ସାବତ ଏବିଡ଼ିଓ ସୁଶାନ୍ତ କୁମାର ବେହେରା, ପଂଚାୟତ ସମିତି ଉପାଧ୍ଯକ୍ଷା ରେଶମା ଦୋରା, ସିଡିପିଓ ଶାନ୍ତି କର ସୁଧା ପଟନାୟକ, ଯୋଗାଣ ଅଧୂକାରୀ ଶର୍ମିଷ୍ଠା ଦଳବେହେରା,ପ୍ରମୁଖ ମଂଚାସୀନ ରହିଥିଲେ l ଆଜି ପଂଚାୟତ ର ସୁଶାସନ ଗ୍ରାମ ପଂଚାୟତ ର ପତିବର୍ତନ ସହିତ ଗ୍ରାମ ମାନଙ୍କ ରେ ବିକାଶ ହୋଇଛି ବୋଲି ଅତିଥ୍ ମାନେ ମତ ରଖୁଥୁଲେ l ଆଜି କାର୍ଯ୍ୟକ୍ରମ ର ଶେଷ ଦିବସରେ ବିଧାୟକ ଦ୍ବାରା ୩୦ ଗୋଟି ଲକ୍ଷ ପତି ଦିଦି ମାନଙ୍କ ମହିଳା ଗୋଷ୍ଠି ଙ୍କୁ ଏକ ଲକ୍ଷ ଟଙ୍କାର ଋଣ ପ୍ରଦାନ, ଶିଶୁ ଓ ମହିଳା ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନାର ତଥ୍ୟ ଗୁଡିକୁ ଡିଜିଟାଲ ପାଇଁ ଆଜି ୩୫ ଗୋଟି ସ୍ମାର୍ଟ ଫୋନ, ବାସହୀନ ୩୦ ଜଣ ପରିବାର କୁ ପଟ୍ଟା ବଣ୍ଟନ, ୩୬ ଜଣ ହିତାଧିକାରୀ ଙ୍କୁ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ, ମୁଖ୍ୟ ମନ୍ତ୍ରୀ ଅର୍ଣ୍ଣପୂର୍ଣ ଯୋଜନାରେ ୩୭୬୦୧ ହିତାଧିକାରୀଙ୍କୁ ଅଧିକ ଚାଉଳ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନେକ ସରପଞ୍ଚ, ସମିତି, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ, ସୁପରଭାଇଜର,ଓଏଲଏମ ବିପିଏମ, ବ୍ୟାଙ୍କ କର୍ମଚାରୀ, ସମେତ ଅନ୍ୟ ବ୍ଲକ କର୍ମଚାରୀ ଯୋଗ ଦେଇଥିଲେ।

Related posts

ବିଷ ଖାଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Sunil Chandra Nayak

ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ପାଣିର ଗାର କାଦବେଡ଼ା :ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ:ଝରଣା ପାଣି ଭରସା 

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ୟୁ. ଏ .ଏସ. ଟ୍ରେନିଂ କାର୍ଯ୍ୟକ୍ରମ           

masiha

Leave a Comment

error: Content is protected !!