ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କୁ ତୈଳଚିତ୍ର ଉପହାର

ମୁଖ୍ୟମନ୍ତ୍ରୀ ଙ୍କୁ ତୈଳଚିତ୍ର ଉପହାର

କାମାକ୍ଷାନଗର (ମନିସ)5/10/25 — ଭୁବନ ଅଞ୍ଚଳ ର ଜଣାଶୁଣା ଚିତ୍ରଶିଳ୍ପୀ ତଥା ଭୁବନ ନଗରମଣ୍ଡଳ ର ସାଧାରଣ ସମ୍ପାଦକ ସନ୍ତୋଷ ବିହାରୀ ଙ୍କ ଝିଆରୀ ବୀଣାପାଣି ବିହାରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ନିଜ ହାତରେ ଆଙ୍କିଥିବା ତୈଳ ଚିତ୍ର ଉପହାର ପ୍ରଦାନ କରିଛନ୍ତି । ସହିଦ ବାଜି ରାଉତ ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିଳକଣ୍ଠପୁର ଆସିଥିବା ବେଳେ ସେ ଏହି ଉପହାର ପ୍ରଦାନ କରିଥିଲେ।କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଜନ୍ମ ଦିନ ରେ ଚିତ୍ର ଆଙ୍କି ପ୍ରେରଣ କରି ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଏହି ଉପହାର ପାଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ସୁଶ୍ରୀ ବୀଣାପାଣି ଙ୍କୁ ଆଶୀର୍ବାଦ କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ବାର ଆସୋସିଏସନର, ନୂତନ କର୍ମକର୍ତ୍ତା ନିର୍ବାଚିତ

masiha

କାହିଁକି ଲୋପ ପାଉଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା

masiha

ମେଦିନୀପୁର କ୍ଳଷ୍ଟର୍ ର ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!